ଏସିବି ଫାଉଣ୍ଡେସନ ପକ୍ଷରୁ ପ୍ୟାରେଡ ସେଟ ପ୍ରଦାନ 

ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ କାହଳାଳିଆ ଗାଡିଆର ଏସିବି ଫାଉଣ୍ଡେସନ ପକ୍ଷରୁ ରଟିଣା ପଞ୍ଚାୟତର ଆମ୍ବହତା ସ୍ଥିତ ଲକ୍ଷ୍ମୀନାରାୟଣ ସଂସ୍କୃତ ବିଦ୍ୟାପୀଠକୁ ପ୍ୟାରେଡ ସେଟ ପ୍ରଦାନ କରାଯାଇଛି । ଏଥିଲାଗି ପ୍ରଧାନ ପଣ୍ଡିତ ନିରୁପମା ସତପଥିଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଟିଣା ସରପଞ୍ଚ ସତ୍ୟାନନ୍ଦ ଦାସ, ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଶିକ୍ଷାବିତ ଅଲେଖ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ, ସହ ଶୈକ୍ଷିକ, ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ପ୍ୟାରେଡ ସାମଗ୍ରୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ଦାସ ପ୍ରଧାନ ପଣ୍ଡିତ ନିରୁପମା ସତପଥିଙ୍କୁ ଡ୍ରମ, ତରକା, ଝୁମୁକା, ବେଗୁଲ ଆଦି ପ୍ୟାରେଡ ଉପକରଣ ପ୍ରଦାନ କରିଥିଲେ । ଏହି ସାମଗ୍ରୀ ଗୁଡିକ ବିଦ୍ୟାଳୟର ବାର୍ଷିକ କ୍ରୀଡା, ବାର୍ଷିକ ଉତ୍ସବ ଓ ବିଭିନ୍ନ ଜାତୀୟ ଦିବସରେ ବ୍ୟବହୃତ ହେବ ବୋଲି ପ୍ରଧାନ ଶିକ୍ଷକ ମତଦେଇ ଫାଉଣ୍ଡେସନର ଏପରି ମହତକାର୍ଯ୍ୟକୁ ପ୍ରସଂଶା କରିଥିଲେ । ଏହି ଉତ୍ସବରେ ଚିତ୍ତରଞ୍ଜନ ସାମନ୍ତରାୟ, ରବିନ୍ଦ୍ରନାଥ ସତପôତ, ଗୋପୀନାଥ ଦ୍ୱିବେଦୀ, ଦାମୋଦର ଦିକ୍ଷିତ, ଶ୍ରୀଧର ବେହେରା, ବିଦ୍ଧିମଣୀ ସତପଥି ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ଏସ.ଏମ.ଟି.ସି ର ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ