ଏସିବି ଫାଉଣ୍ଡେସନ ପକ୍ଷରୁ ବିପନ୍ନଙ୍କୁ ସହାୟତା ପ୍ରଦାନ

ହାଟଡିହି,(ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆଗଡିଆ ଠାରେ ଥିବା ଏସିବି ଫାଉଣ୍ଡେସନ ପକ୍ଷରୁ କେ ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମର ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଲକଡାଉନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ରେ ତଅଁଳ ଗ୍ରାମର ଦୁଖବନ୍ଧୁ ମହାରଣାଙ୍କ ତିନି ବଖରା ଘର ପୋଡି ଯିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏପରି ସମୟରେ ଏ.ସି.ବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଶିବ ପ୍ରସାଦ ବେହେରା, ସନ୍ତୋଷ ସାହୁ, ସୁରେନ୍ଦ୍ର ବେହେରା, ପଙ୍କଜ ତ୍ରିପାଠୀ, କେଶବ ଚନ୍ଦ୍ର ବେହେରା, ଚନ୍ଦ୍ରମଣି ବେହେରା, ବିଚିତ୍ର ଦାସ ପ୍ରମୁଖ ତଅଁଳ ଗ୍ରାମକୁ ଯାଇ ବିପନ୍ନ ମନଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ, ମାସ୍କ, ସାବୁନ, ତେଲ ଓ କିଛି ଆସବାବପତ୍ର ପ୍ରଦାନ କରିଛନ୍ତି । ୱାର୍ଡସଭ୍ୟ ଦୌପଦି ସେନାପତି, ଶିକ୍ଷକ କିର୍ତ୍ତନ ଶଙ୍ଖୁଆଳ, ଗୌତ୍ତମ ପଦୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ