ଏସିବି ଫାଉଣ୍ଡେସନ ପକ୍ଷରୁ ବନମହୋତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :-ଏସିବି ଫାଉଣ୍ଡେସନ ପକ୍ଷରୁ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆ ଗଡିଆ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସ୍ୱତନ୍ତ୍ର ଅତିଥି ଭାବେ ହଦଗଡ ରେଞ୍ଜର ସୁମିତ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଇଓ ସୁରଥ କୁମାର ସାହୁ, ସମିତିସଭ୍ୟା ସୁକାନ୍ତୀ ଗିରି, ଫରେଷ୍ଟର କେଦାର ପାତ୍ର ପ୍ରମୁଖ ଯୋଗଦେଇ  ବନମହୋତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉପଦେ୍ଦଷ୍ଟା ପୁର୍ବତନ ଖେଳ ଶିକ୍ଷକ ବୃନ୍ଦାବନ ରାଉତ, ଅର୍ଜୁନ ସତପଥି, ଶରତ କୁମାର ଗିରି, ଗୋପାଳ କୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ବୃକ୍ଷ ହିଁ ଜୀବନ, ତେଣୁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସପଥ ନେବାକୁ ଆହ୍ୱାନ ଦେଇଥିଲେ । ଫାଉଣ୍ଡେସନର କର୍ମକର୍ତ୍ତା ସୁରେନ୍ଦ୍ର ବେହେରା, ଶ୍ରୀକାନ୍ତ ବେହେରା, ସନ୍ତୋଷ କୁମାର ସାହୁ, ରାହୁଲ କୁମାର ସାହୁ, ବିଚିତ୍ର ଦାସ, ପଙ୍କଜ କୁମାର ତ୍ରିପାଠୀ, ବିଶ୍ୱ ରଞ୍ଜନ ସାହୁ, ସୁବାସ  ଚନ୍ଦ୍ର ସାହୁ, ବିଚିତ୍ର କୁମାର ଦାସ, ପ୍ରୀୟବ୍ରତ ପାଣିଗ୍ରାହୀ ପ୍ରମୁଖଙ୍କ ସହଯୋଗରେ ଆଞ୍ଚଳିକ ସବୁଜ ଉଦ୍ୟାନରେ ଦୁଇଶହରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ଫାଉଣ୍ଡେସନ ତରଫରୁ ପଢ଼ିଆରିପଲ୍ଲୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ ଜେନା, ପଢ଼ିଆରିପଲ୍ଲୀ ଛାତ୍ର ଦେବ୍ରତ ବେହେରାଙ୍କୁ ବୃକ୍ଷରୋପଣ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ଗଛର ସାଥି-୨୦୨୨ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ପାଦକ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ