ଏସିବି ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ

ହାଟଡ଼ିହି : କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ଏସିବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର କୁମାର ବେହେରା, ପୁରୁଷୋତ୍ତମ ସାହୁ, କେଶବ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ବେହେରା, ସୁଧାଶୁଂ କୁମାର ଦାଶ, ପ୍ରଶାନ୍ତ କୁମାର ବେହେରା, ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ କୁରାଢ଼ିଘସା, କାହାଳିଆଗଡିଆ, ଝୁଣାବାଡି ଗ୍ରାମରେ ଘରଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ‘ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ ବୋଲି ସଚେତନ କରାଇବା ସହିତ ଲୋକମାନଙ୍କୁ ମାସ୍କ, ସବୁବେଳେ ହାତଧୋଇବାପାଇଁ ସାବୁନ ଆଦି ବଣ୍ଟନ କରିଥିଲେ । ଅନୁଷ୍ଠାନର ଏପରି ମହତ କାର୍ଯ୍ୟକୁ ସବୁ ଆଡେ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ