ଏସିବି ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସିବି ଫାଉଣ୍ଡେସନ କାହାଳିଆ ଗଡିଆ ପକ୍ଷରୁ ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଆତୁରିକୋଣା ଠାରେ ଶୀତବସ୍ତ୍ର, ମାସ୍କ ଓ ସାନିଟାରାଇଜ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘର ସଭାପତି ହରମୋହନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଶଙ୍ଖାଳୀ ଚରଣ ରାଉଳ, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷକ ବୃନ୍ଦାବନ ରାଉତ, ପ୍ରଧାନ ଶିକ୍ଷକ ମୋହନ କୁମାର ମହାନ୍ତି, ସମାଜସେବୀ ଅର୍ଜୁନ ଚରଣ ସତପଥି ପ୍ରମୁଖ ଯୋଗଦେଇ ଏସିବି ଫାଉଣ୍ଡେସନର ବିଭିନ୍ନ ଜନହୀତକର କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋକପାତ କରିବା ସହ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇ ନିଜ ପେନସନ ଟଙ୍କାରେ ଏପରି ସମାଜସେବା କରିବା ବିରଳ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା ମଞ୍ଚ ସଂଯୋଜନା କରିଥିବାବେଳେ ୨୫ରୁ ଉର୍ଦ୍ଧ ଗରିବ, ଅସହାୟ ଓ ଭିନ୍ନକ୍ଷମ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର, ମାକ୍ସ, ସାବୁନ ଆଦି ବଣ୍ଟନ କରିବା ସହିତ କରୋନା ଠାରୁ ବିଜୟ ହାସଲ ଲାଗି ସଚେତନତା କରାଇଥିଲେ । ଏଥିରେ ଅବିନାଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା, କେଶବ ବେହେରା, ଜିତେନ୍ଦ୍ର ପାତ୍ର, ଧରଣୀଧର ମହାନ୍ତି, ସୌଭାଗ୍ୟ ସାହୁ, ପ୍ରୀୟବ୍ରତ ପାଣିଗ୍ରାହୀ, ରାହୁଲ କୁମାର ସାହୁ, ବିଶ୍ୱରଞ୍ଜନ ସାହୁ, ବାପୁନୁ ବେହେରା, ବିଚିତ୍ର କୁମାର ଦାସ, ପର୍ଶୁରାମ ରାଉତ, ସୁଦର୍ଶନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ