ଏସି ବ୍ୟବହାର ଯୋଗୁ ହୋଇପାରେ କରୋନା
ନୂଆଦିଲ୍ଲୀ: ଏୟାର କଣ୍ଡିସନିଂ ବା ଏସି କରୋନା ସଂକ୍ରମଣର ଏକ ପ୍ରମୁଖ ମାଧ୍ୟମ ହୋଇପାରେ । ହାର୍ଭାଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏସିର ବ୍ୟବହାରକୁ ନେଇ ଏଭଳି ଚେତାବନୀ ଦେଇଛନ୍ତି। ଏହାପୂର୍ବରୁ ଅନେକ ବିଶେଷଜ୍ଞ କହିଥିଲେ ଯେ, ଏସି ସଂକ୍ରମଣର କାରଣ ହୋଇ ନପାରେ । ତେବେ ଗୋଟିଏ ଛୋଟ ଏସି କୋଠରୀରେ ଅନେକ ଲୋକ ବସିବା କାରଣରୁ କରୋନା ସଂକ୍ରମଣର ଭୟ ରହିଛି । ଦି ହାଭାର୍ଡ ଗ୍ୟାଜେଟର ଏକ ରିପୋର୍ଟରେ ହାଭାର୍ଡ ମେଡିକାଲ ସ୍କୁଲର ମେଡିସିନ୍ ପ୍ରଫେସର ଏଡୱାର୍ଡ୍ ନାଡେଲ କହିଛନ୍ତି ଯେ, ଆମେରିକାରେ ଯେଉଁ ସବୁ ରାଜ୍ୟରେ ଜୁନ୍ ମାସର ତାପମାତ୍ରା ଅଧିକ ଥିଲା ଓ ଏସି ବ୍ୟବହାର କରାଯାଉଥିଲା ସେଠାରେ କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ବୃଦ୍ଧି ପାଇଥିଲା। ସାଧାରଣ ଭାବେ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଓ ନିଜକୁ ଗରମ ରଖିବା ପାଇଁ ଲୋକମାନେ ଘରେ ରହିଥାନ୍ତି। ବନ୍ଦ କୋଠରୀରେ ଏସି କାରଣରୁ ଲୋକମାନେ ସେହି କୋଠରୀରେ କାଶିବା ଓ ଛିଙ୍କିବା ସହ ନିଶ୍ୱାସ ପ୍ରଶ୍ୱାସ ନେଇଥାନ୍ତି। ଫଳରେ ସଂକ୍ରମଣର ଆଶଙ୍କା ବଢିବାର ସମ୍ଭାବନା ରହିଛି। ସଂକ୍ରମିତ ବ୍ୟକ୍ତି ଏସି କୋଠରୀରେ କାଶିବା ଓ ଛିଙ୍କିବା ଦ୍ୱାରା ଭାଇରସ ସଂକ୍ରମଣର ଭୟ ବୃଦ୍ଧି ପାଇଥାଏ।


