ଏସେଲ ଖଣି ପକ୍ଷରୁ ବୃକ୍ଷରୋପଣ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳରେ ଥିବା ଏସେଲ ଖଣି ଜଜାଙ୍ଗ ପକ୍ଷରୁ ଜରୋଳି ଶିଶୁ ବିଦ୍ୟ।। ମନ୍ଦିର ପରିସରରେ ରେ ମଙ୍ଗଳବାର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହତ କାର୍ଯ୍ୟକ୍ରମରେ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାର ଫଳ ବୃକ୍ଷ ଯଥା ଆମ୍ବ, ପଣସ, ଜାମୁ , ଲେମ୍ବୁ , କମଳା, ସପେଟା, ଲିଚୁ ଇତ୍ୟାଦି ବୃକ୍ଷ ଲଗାଯାଇଛି । ଏହି ଅବସରରେ ଏସେଲ ଖଣି ସିଏସଆର ପରିଚାଳକ ସ୍ମୃତିରେଖା କର ଏବଂ କୈଳାଶ ଶର୍ମା ଯୋଗଦାନ କରି ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ ଏବଂ ଏଥିପ୍ରତି ଛାତ୍ର ଛାତ୍ରୀ ମାନେ ଆଗେଇ ଆସିବା ଉଚିତ ବୋଲି କହିବା ସହ ଶିକ୍ଷାନୁଷ୍ଠାନ ପରିସରରକୁ ସବୁଜ ମାଳିନୀ କରିବା ଆମ ସମସ୍ତଙ୍କ ଲକ୍ଷ ହେଉ ବୋଲି ଉପଦେଶ ଦେଇଥିଲେ । ପ୍ରତ୍ୟେକ ପିଲା ଗୋଟିଏ ଗଛର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ଏବଂ ଗୁରୁଜୀ ଗୁରୁମାଙ୍କ ସମେତ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ମହାନ୍ତ, ସମ୍ପାଦକ ରୁଦ୍ରନାରାୟଣ କର, ସଭାପତି ପ୍ରଣବ କୁମାର ମହାନ୍ତି, କୋଷାଧ୍ୟକ୍ଷ ଭରତ ଲୋହାର, ସମାଜସେବୀ ତପନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।