ଏସ୍ଏମ୍ଆଇଟିରେ ଓରିଏଣ୍ଟସନ୍ ପ୍ରୋଗ୍ରାମ ଅନୁଷ୍ଠିତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଚଣ୍ଡିପଦରସ୍ଥିତ ଡିଗ୍ରୀ ଇଂଜିନିୟର କଲେଜ ପରିସରରେ ରବିବାର ଦିନ ଓରିଏଣ୍ଟସନ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସଂଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ ବିଟେକ ପାଠ୍ୟକ୍ରମରେ ଚଳିତ ବର୍ଷ ଜଏନ କରିଥିବା ବିଦ୍ୟାର୍ଥୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡକ୍ଟର ଭଗବାନ ଗନ୍ତାୟତ ଦୀପ ପ୍ରଜ୍ୱଳନ କରିବା ସହ ଏହି ପ୍ରତିଷ୍ଠାନରେ ବିଦ୍ୟାର୍ଥୀ ମାନେ ଭଲ ପାଠ ପଢି ଦେଶ ବିଦେଶରେ କାର୍ଯ୍ୟରତ ଅଛନ୍ତି । ଏହା ସହ ଅଭିଭାବକ ମାନଙ୍କ ଉଦେଶ୍ୟରେ କହିଥିଲେ ବିଦ୍ୟାର୍ଥୀ ମାନଙ୍କର ସମସ୍ତ ସୁବିଧା ପାଇଁ ସଜାଗ ରହିଛି ।ଯଦି କୈାଣସି ଅସୁବିଧା ହୁଏ ତେବେ କତ୍ତୁପକ୍ଷଙ୍କୁ ଜଣାଇବା ପାଇଁ ନିବେଦନ କରିଛନ୍ତିି ।ଏହି କାର୍ଯ୍ୟକ୍ରମରେ ସଂପାଦକ ଜାମ୍ମୁଲା ଶଙ୍କର ନାରାୟଣ ,ସହ ସଂପାଦକ ପ୍ରମୋଦ କୁମାର ପଣ୍ଡା ,ଅଧକ୍ଷ ଡ.ଜଗନ୍ନାଥ ସାହୁ , ପ୍ରଫେସର ଡକ୍ଟର ଜିତେନ୍ଦ୍ର କୁମାର ସାହୁ ,ଏସୋସିଏଟ୍ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ,ଦେବାଶିଷ ବିଶ୍ୱାଳ ,ସଂଜିବ କୁମାର ମହାପାତ୍ର ,ଶ୍ରୀମତି ମମତା ସାହୁ , ସୁବାସ ଚନ୍ଦ୍ର ମିଶ୍ର ,ନାରାୟଣ ପାଣିଗ୍ରାହି ,ଅଲେଖ ସାହୁ ,ଡି.ସିଂ ଦେଓ,ହରିହର ଗୈାଡ ଗୈାରୀ ପାଢୀ ,ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧକ୍ଷ ଡ. ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ଅଧାପକ ଓ ଅଧ୍ୟାପିକା ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।


