ଏସ୍ଏମ୍ଆଇଟି ତରଫରୁ ନବଜୀବନ ବାଳାଶ୍ରମରେ ବସ୍ତ୍ର ଓ ଛତା ବଣ୍ଟନ

ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ସ୍ଥିତ ସଞ୍ଜୟ ବୈଷୟିକ ଶିକ୍ଷାନୁଷ୍ଠାନ ( ଏସ୍ ଏମ୍ ଆଇଟି ) ତରଫର ୁ ଗୁରୁବାର ଦିନ ନବଜୀବନ ବାଳାଶ୍ରମରେ ଅନ୍ତେବାସୀଙ୍କୁ ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି । ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତ ,ସଂମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ବାଳାଶ୍ରମର କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସଂମ୍ପାଦନ କରାଯାଇଥିଲା । ବାଳାଶ୍ରମର ପରିଚାଳକ ବେଦ ଶାଳାର ପ୍ରଧାନ ଆଚାର୍ଯ୍ୟ ,ଗଙ୍ଗାଧର ପଣ୍ଡା ,ଇଂ ଅମରେଶ ସାହୁ ,ଇଂ . ଶୁଭ୍ରାଶୁ ଦାସ,ଇଂ ଶାନ୍ତୁନୁ ପାତ୍ର ,ପ୍ରଶାନ୍ତ କୁମାର ଚୈାଧୁରୀ ପ୍ରମୁଖ ଯୋଗ ଦାନ କରିଥିଲେ । ଏହି ଗ୍ରାମର ବିଭିନ୍ନ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାଗଣା ଶିକ୍ଷାଦାନ କରିଥିବାରୁ ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ