ଏସ୍‌ବିଆଇ ପକ୍ଷରୁ ଜାଗୃତି ଯାତ୍ରା ୨୦୨୪ ଜରିଆରେ ଗ୍ରାମୀଣ ଯୁବ ଉଦ୍ୟୋଗୀଙ୍କ ସଶକ୍ତୀକରଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଭ୍‌କ ପକ୍ଷରୁ ଜାଗୃତି ଯାତ୍ରା ୨୦୨୪ ସହିତ ସହଯୋଗିତା ସ୍‌ଥାପନ କରାଯାଇଛି । ଏହା ହେଉଛି ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ହେବାକୁ ଥିବା ୮୦୦୦ କିମି ବ୍ୟାପୀ ୧୫ ଦିନିଆ ଉଦ୍ୟୋଗୀ ଯାତ୍ରା । ଏହି ସହଯୋଗିତାରେ ଏସ୍‌ବିଆଇ ପକ୍ଷରୁ ଉଦ୍ୟୋଗୀ ହେବର ଅଭିଳାଷ ଅନୁସନ୍ଧାନ କରିବାକୁ ଚାହୁଥିବା ୫୦୦ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ସେମାନଙ୍କୁ ବିଶେଷଜ୍ଞଙ୍କ ମେଂଟରସିପ୍ ଓ ପ୍ରତ୍ୟକ୍ଷ ତାଲିମ ସହାୟତା ପ୍ରଦାନ କରାଯିବ । ଯୁବ ଉଦ୍ୟୋଗୀଙ୍କ ଅଭିବୃଦ୍ଧିକୁ ସୁଦୃଢ଼ କରି ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବାକୁ ଏସବିଆଇ ଲକ୍ଷ୍ୟ ରଖିଛି । ସାରା ଭାରତରେ ଉଦ୍ୟମିତାକୁ ଉତ୍ସାହିତ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରତିଟି ଭାରତୀୟଙ୍କୁ ତାଲିମ ଓ ଆର୍ଥିକ ସହାୟତା ଜରିଆରେ ସଶକ୍ତ କରୁଛି । ବ୍ୟାଙ୍କ ପକ୍ଷରୁ ୧୫୨ ଗ୍ରାମୀଣ ସ୍ୱା ନିୟୋଜନ ତାଲିମ ପ୍ରତିଷ୍ଠାନ (ଆରଏସଇଟିଆଇ) ସ୍ଥାପନ କରିଛି ଯାହା ନିଜର ଲଘୁ ଉଦ୍ୟୋଗ ସ୍ଥାପନ କରିବା ଲାଗିି ଗ୍ରାମୀଣ ଯୁବବର୍ଗଙ୍କୁ ତାଲିମ ଦେଉଥିବା ବେଳେ ସେମାନଙ୍କ ଦକ୍ଷତାର ବିକାଶ କରୁଛି । ଏହି ଅନୁଷ୍ଠାନଗୁଡ଼ିକ ୧୧.୫ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କୁ ସଫଳତାର ସହ ତାଲିମ ପ୍ରଦାନ କରିଥିବା ବେଳେ ସେଥିରୁ ୭୪ ପ୍ରତିଶତ ଛାତ୍ରଛାତ୍ରୀ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏଥି ସହିତ ୫୦,୦୦୦ କୋଟି ଟଙ୍କାର ଏସ୍‌ଏଚ୍‌ଜି ଋଣ ପ୍ରଦାନ କରିଥିବା ଏସ୍‌ବିଆଇ ହେଉଛି ଏସ୍‌ଏଚ୍‌ଜି ଋଣର ଅଗ୍ରଣୀ ବ୍ୟାଙ୍କ ଯାହା ୧ କୋଟିରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରିଛି । ଏଥି ସହିତ ବ୍ୟାଙ୍କ ପକ୍ଷରୁ ୪୯୦୦୦ କୋଟି ଟଙ୍କାର ମୁଦ୍ରା ଋଣ ଓ ୧୫୫୦ କୋଟି ଟଙ୍କାର ପିଏମ୍ ସ୍ୱନିଧି ଋଣ ୨୦୨୩-୨୪ରେ ପ୍ରଦାନ କରାଯାଇଛି ।ଏହି ଅବସରରେ ଏସ୍‌ବିଆଇର ଏମ୍‌ଡି ଶ୍ରୀ ରାଣା ଆଶୁତୋଷ କୁମାର ସିଂହ କହିଛନ୍ତି ଯେ, “ଉଦ୍ୟମିତା ଏକ ଆତ୍ମନିର୍ଭରଶୀଳ ଓ ପ୍ରଗତିଶୀଳ ଭାରତର ମୁଳଦୁଆ ବୋଲି ଏସବିଆଇରେ ଆମର ବିଶ୍ୱାସ ରହିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଆମେ କାର୍ଯ୍ୟ କରୁଥିବା ବେଳେ ସାରା ଦେଶରେ ନସବୃଜନ ଓ ଅଭିବୃଦ୍ଧି ଆଗକୁ ବଢ଼ାଇବା ଲାଗି ଯୁବ ଉଦ୍ୟୋଗୀମାନେ ଆବଶ୍ୟକ କରୁଥିବା ଦକ୍ଷତା, ସମ୍ବଳ ଓ ସୁଯୋଗ ପ୍ରଦାନ କରିବା ଆବଶ୍ୟକ । ଭାରତର ଭବିଷ୍ୟତକୁ ଆକାର ପ୍ରଦାନ କରୁଥିବା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଲାଗି ଆମର ରହିଥିବା ସହଯୋଗିତାକୁ ଜାଗୃତି ଯାତ୍ରା ସହିତ ଆମ ସହଯୋଗିତା ପ୍ରତିଫଳିତ କରୁଛି । ଜାଗୃତି ଯାତ୍ରା ଭଳି ଅଭିଯାନକୁ ସମର୍ଥନ କରି ଆମେ ଏକ ସଫଳ ଉଦ୍ୟୋମିତା ବ୍ୟବସ୍ଥା ପ୍ରତି ଅବଦାନ ଦେବାକୁ ଚାହୁଛୁ ଯାହା ସମସ୍ତଙ୍କ ପାଇଁ ସ୍ଥାୟୀ ବିକାଶ ଓ ସମୃଦ୍ଧିକୁ ଆଗକୁ ବଢ଼ାଇବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ