ଏସ୍ବିଆଇ ୟୋନୋ-ଶ୍ରୀ ଶ୍ରୀ ତତ୍ୱ ମଧ୍ୟରେ ସହଭାଗିତା

ମୁମ୍ବାଇ, (ଏଜେନ୍ସି): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଆର୍ଟ ଅଫ୍ ଲିଭିଙ୍ଗର ଏଫ୍ଏମ୍ସିଜି ଶାଖା ଶ୍ରୀ ଶ୍ରୀ ତତ୍ତ୍ୱ ସହ ଏକ କୌଶଳାତ୍ମକ ସହଭାଗିତା କରିଥିବା ଘୋଷଣା କରିଛି । ଫଳରେ ଶ୍ରୀ ଶ୍ରୀ ତତ୍ତ୍ୱର ଖାଦ୍ୟ, ସ୍ୱାସ୍ଥ୍ୟ ସାମଗ୍ରୀ, ବ୍ୟକ୍ତିଗତ ଯତ୍ନ ସାମଗ୍ରୀ, ଘରୋଇ ଉପକରଣ, ବିୟୋଗୀ କପଡ଼ା ଓ ଶଙ୍କର ତ୍ୱଚ୍ଚା ଯତ୍ନ ସାମଗ୍ରୀ ଆଦି ୩୫୦ରୁ ଊଦ୍ଧ୍ୱର୍ ଉତ୍ପାଦ ଉପରେ ୟୋନୋ ବ୍ୟବହାରକାରୀ ୧୫% ସିଧାସଳଖ ରିହାତି ପାଇବେ । ଏହି ସହଭାଗୀତା ବିଷୟରେ ଏସ୍ବିଆଇ ଅଧ୍ୟକ୍ଷ ରଜନୀଶ କୁମାର ୟୋନୋରେ ଶ୍ରୀ ଶ୍ରୀ ତତ୍ତ୍ୱ ସହ ସହଭାଗିତା ଦ୍ୱାରା ଅନ୍ଲାଇନ ବଜାରକୁ ଅଧିକ ଶକ୍ତିଶାଳୀ କରିବାରେ ଶ୍ରୀ ଶ୍ରୀ ତତ୍ତ୍ୱର ଆୟୁର୍ବେଦ ଓ ସ୍ୱାସ୍ଥ୍ୟ ଉତ୍ପାଦ ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି । ଏହାଦ୍ୱାରା ଏସ୍ବିଆଇ ଗ୍ରାହକ ମଧ୍ୟ ଉପକୃତ ହୋଇପାରିବେ । ପ୍ରକାଶ ଯେ ୟୋନୋର ୮ ନିୟୁତ ଗ୍ରାହକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୈନିକ ୧ ନିୟୁତ ଲଗ-ଇନ୍ କରିଥାନ୍ତି । ଶ୍ରୀ ଶ୍ରୀ ତତ୍ତ୍ୱ ଆଗାମୀ ଦିନରେ ଆବଶ୍ୟକ ମୂଲ୍ୟ ପ୍ରଦାନ କରିପାରିବ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଉତ୍ତମ ଜୀବନଶୈଳୀ ଓ ବିଶ୍ୱସ୍ତରୀୟ ଡିଜିଟାଲ ବ୍ୟାଙ୍କିଂ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ସହଭାଗୀତା ଏଥିରେ ସହାୟକ ହେବ ବୋଲି ଶ୍ରୀ କୁମାର କହିଛନ୍ତି । ତେବେ ଏହି ସମ୍ପର୍କ ଦୀର୍ଘମିଆଦୀ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ