ଏସ୍‌ଏମ୍‌ଆଇଟିରେ ଶଶୀଭୂଷଣ ରଥଙ୍କ ୧୩୫ତମ ଜୟନ୍ତି ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ହିଲ୍ ପାଟଣାସ୍ଥିତ ଏସ୍‌ଏମ୍‌ଆଇଟିର ଗଣଯୋଗାଯୋଗ ବିଭାଗ ତରଫରୁ ମହାପୁୁରୁଷ ଶଶୀଭୁଷଣ ରଥଙ୍କ ୧୩୫ ତମ ଜୟନ୍ତି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣଯୋଗାଯୋଗ ବିଭାଗର ପ୍ରିନ୍ସିପାଲ ଡକ୍ଟର ଭାରତୀ ବାଳା ପଟ୍ଟନାୟକ ଶଶୀଭୂଷଣ ରଥଙ୍କ ଜିବନୀ ଉପରେ ଆଲୋକପାତ କରିଥିବା ବେଳେ ସଭାପତି ଭଗବାନ ଗନ୍ତାୟତ ,ସଂପାଦକ ଯାମୁଲା ଶଙ୍କର ନାରାୟଣ,ଯୁଗ୍ମ ସଂପାଦକ ପ୍ରମୋଦ କୁମାର ପଣ୍ଡା ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହ ଶଶୀଭୂଷଣ ରଥ ଜୟନ୍ତୀ ଅବସରରେ ଶଶୀଭୂଷଣଙ୍କ ଜୀବନ କାହାଣୀ ଓ ଦୈନିକ ଆଶାର ପ୍ରତିଷ୍ଠା କରିଥିବା ତାହା ବର୍ତ୍ତମାନ ବନ୍ଦ ହୋଇଯାଇଥିବା ବେଳେ ପୁଣି ଦୈନିକ ଆଶା ଖବର କାଗଜକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସଜାରୀ ରହିଛି ବୋଲି ମତ ପ୍ରକାଶ କରିଥିଲେ ।ଏହି ଜୟନ୍ତିରେ ଅଧାପକ ହରିଶ ଚନ୍ଦ୍ର ବେହେରା, ଅଧାପକ୍‌୍ ସନତ ପଣ୍ଡା ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇ ଶଶୀଭୂଷଣ ରଥଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଏଥିସହ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଥମ ବର୍ଷ ଛାତ୍ରୀ ଶର୍ମିଷ୍ଠା ମହାରଣା, ଜୋସ୍ନା କୁମାରୀ ସାହୁ , ଶିବ ମହାରଣା ଓ ଦ୍ୱିତୀୟ ବର୍ଷର ଛାତ୍ରୀ ମନସ୍ୱିନୀ ମିଶ୍ର, ସୁନିତା ଗୈାଡ ସମେତ ବହୁ ବିଦ୍ୟାର୍ଥୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ