ଏସ୍ଏମ୍ଆଇଟି ଡିଗ୍ରୀ ଇଂଞ୍ଜିନିୟର କଲେଜରେ ସେମିନାର ଉଦ୍ଘାଟନ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁରସ୍ଥିତ ଚଣ୍ଡିପଦର ଠାରେ ସ୍ଥାପିତ ସଂଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଡିଗ୍ରୀ ଇଂଜିନିୟର କଲେଜ ଠାରେ ଦୁଇ ଦିନ ଧରି ସର୍ବଭାରତୀୟ ସ୍ତରୀୟ ଇନୋଭେଟିଭ ଟେକ୍ନୋଲୋଜି ଫର୍ ଇକୋନୋମିକ୍ ଡେଫଲପମେଣ୍ଟଶିର୍ଷକ୍ ସେମିନାର ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡକ୍ଟର ଭଗବାନ ଗନ୍ତାୟତ ସେମିନାର ଚିଫ୍ ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଦ୍ୱୀପ ପ୍ରଜ୍ୱଳନ କରିଥିଲେ ।ଏଥିରେ ମୁଖ୍ୟ ଅତିଥିଭାବେ ଆଇଜର ରେଜିଷ୍ଟର ବ୍ରିଗ୍ରେଡ୍ ପ୍ରବୀନ ଚନ୍ଦ୍ର ବ୍ୟାସ ,ସମ୍ମାନୀତ ଅତିଥିଭାବେ ଭୂବନେଶ୍ୱର ସିଏସଟିର ପୂର୍ବତନ ପ୍ରଫେସର ଡକ୍ଟର ଗୋପାଳ କୃର୍ଷ୍ଣ ଦାଶ ,ଆନ୍ଦ୍ରପ୍ରଦେଶର ସହକାରୀ ପ୍ରଫେସର ଡଂ ସଂଜୟ କୁମାର ପଣ୍ଡା, ଏସ୍ଏମଆଇଟି ସଂପାଦକ ଜମ୍ମୁଲା ଶଙ୍କର ନାରାୟଣ ,ସେମିନାର ଅଧକ୍ଷ ଇଂ ଆଶୁତୋଷ ପାତ୍ର ,ଅଧାପକ ଇଂ ଦେବାଶିଷ ବିଶ୍ୱାଳ ,ଇଂ ସୁନିଲ ସାହୁ , ଇଂ ଚନ୍ଦନ ପାତ୍ର.ଇଂ ମନୋରଞ୍ଜନ ପାଢୀ ,ପ୍ରମୁଖ ଯୋଗ ଦେବା ସହ ଇନଷ୍ଟିଚ୍ୟୁଟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ଅନୁଷ୍ଠାନର କର୍ମକତ୍ତା ଓ ଛାତ୍ରଛାତ୍ରୀ ମାନେ ଦୁଇଦୁନିଆ କର୍ମଶାଳାକୁ ସହଯୋଗ କରିଥିଲେ ।