ଏସ୍ଏମ୍ଏସ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବୃଦ୍ଧାଶ୍ରମରେ କମ୍ବଳ ବଣ୍ଟନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ରାଜଧାନୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସ୍ଏମ୍ଏସ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟଙ୍କପାଣି ରୋଡ଼ସ୍ଥିତ ଶ୍ରୀକୃଷ୍ଣ ଆନନ୍ଦ ଆଶ୍ରମ ଅନ୍ତେବାସୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଶର୍ମିଷ୍ଠା ସାହୁ, ସଂଗଠନ ସମ୍ପାଦକ ଅଭିଷେକ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କୋ-ଫାଉଣ୍ଡର ଶ୍ରୀ ସଞ୍ଜିବ କୁମାର ସାହୁ ଏବଂ ସମାଜସେବୀ ଶ୍ରୀ ରବିନ୍ଦ୍ର ନାଥ ରାଉତରାୟ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ଆଶ୍ରମର ଅଧ୍ୟକ୍ଷ ରାଜେଶ ମହାପାତ୍ର ଆଶ୍ରମର ଲକ୍ଷ୍ୟ ଓ ଆଦର୍ଶ ସମ୍ପର୍କରେ କହିଥିଲେ । ଶେଷରେ ସମ୍ପାଦିକା ଶର୍ମିଷ୍ଠା ସାହୁ ଧନ୍ୟବାଦ ପ୍ରଦାନ କରିବା ସହ ଏହିପରି ସମାଜ ସେବା କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନୁଷ୍ଠିତ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।


