ଏସ୍‌ଡବ୍ଲ୍ୟୁଡବ୍ଲ୍ୟୁଏସ୍ ପକ୍ଷରୁ ଝୋଟି ପ୍ରତିଯୋଗୀତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏସ୍‌.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍‌. ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ଏଡସ ଦିବସ ଉପଲକ୍ଷେ ଆଜି ଝୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏସ୍‌ଡବ୍ଲ୍ୟୁଡବ୍ଲ୍ୟୁଏସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଡି.ଜଗନ୍ନାଥ ରାଜୁଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ସ୍ଥାନୀୟ ସୁବାଷ ନଗର ଓ ସଞ୍ଜୟ ଗାନ୍ଧୀ କଲୋନୀ ସାହି ବସ୍ତି ଅଞ୍ଚଳରେ ରହୁଥିବା ମହିଳାମାନଙ୍କୁ ନେଇ ଏହି ଝୋଟି ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ୬୦ରୁ ଉର୍ଦ୍ଧ ମହିଳା ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ଏସ୍‌ଡବ୍ଲ୍ୟୁଡବ୍ଲ୍ୟୁଏସ୍‌ର ଟିଆଇ ପ୍ରକଳ୍ପର ପ୍ରକଳ୍ପ ପ୍ରରିଚାଳିକା ଟି.ସୁନୀତା ଓ କାଉନସିଲର ଏ.ମମତା ଉପସ୍ଥିତ ରହି ପରିଚାଳନା କରିଥିଲେ । ଝୋଟି ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ମହିଳାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ବେଳେ ଭାଗନେଇଥିବା ସମସ୍ତଙ୍କୁ ସ୍ୱାନ୍ତନାମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହାସହ ଏଚ୍‌ଆଇଭି ଆଦି ସଂକ୍ରମଣରୁ କିପରି ରକ୍ଷାପାଇବେ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଭଳି ମାରାତ୍ମକ ରୋଗରୁ କିପରି ସୁରକ୍ଷିତରହିବେ ତାର ପ୍ରତିକାରକୁ ନେଇ ବୁଝାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ