ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ନୂତନ ପରାମର୍ଶଦାତା କମିଟି ଗଠିତ
ଭୁବନେଶ୍ବର : ରାଜ୍ୟର ସର୍ବବୃହତ ଡାକ୍ତରଖାନା ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ଘୋଷଣା କରିଛନ୍ତି । ୫ଟି ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକ ୧୦ ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି ୧୦ ଜଣିଆ କମିଟିର ୭ ଜଣ ସଦସ୍ୟ ପଦ୍ମ ପୁରସ୍କାର ବିଜେତା ରହିଥିବା ବେଳେ ୪ ଜଣ ଏସ୍ସିବିର ପୁରାତନ ଛାତ୍ର ରହିଛନ୍ତି । ଡ. ରମାକାନ୍ତ ପଣ୍ଡା, ଡ. ଦେବୀ ସେଟ୍ଟୀ, ଡ. କେ ଶ୍ରୀକାନ୍ତ ରେଡ୍ଡୀ, ପ୍ରଫେସର୍ ଡ. ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର୍ ଡ. ମୁକୁଟ ମିଞ୍ଜ, ପ୍ରଫେସର୍ ଡ. ଦିଗମ୍ବର ବେହେରା, ଡ. ରାଜନ ବଡଓ୍ବେ, ଡ. ଜଗତ ନରୁଲା, ଡ. ଜି ଏନ୍ ରାଓ ଏବଂ ପ୍ରଫେସର୍ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହି ପରାମର୍ଶଦାତା କମିଟିର ସଦସ୍ୟ ରହିଛନ୍ତି । ଓଡିଶା ବାସୀଙ୍କୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ପରାମର୍ଶଦାତା କମିଟି ବିଭିନ୍ନ ପରାମର୍ଶ ଦେବ ବୋଲି ଜଣାପଡିଛି ।