ଏସ୍‌ସିବିରେ ଖୋଲିଲା ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

କଟକ : ସ୍ୱାସ୍ଥ୍ୟ ବିଭାଗରେ “ମୋ ସରକାର ଓ ୫-ଟି ବ୍ୟବସ୍ଥା ଲାଗୁ ହେବା ପରେ ଏସ୍‌ସିବିିରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅଭିଯୋଗ ଶୁଣାଣି । ଦୈନିକ ଶୁଣାଣି ପାଇଁ ପ୍ରାଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର ବିରଞ୍ଚି ନାରାୟଣ ସାହୁ ଓ ସୌମ୍ୟ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ଉପରୋକ୍ତ ତିନି ଅଧିକାରୀ କାର୍ଯ୍ୟ ଦିବସଗୁଡ଼ିକରେ ନିଜ ନିଜ କାର୍ଯ୍ୟାଳୟରେ ରହି ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଅଭିଯୋଗୁଡ଼ିକର ଶୁଣାଣି କରିବେ । ସେହିପରି ଅନ୍ୟ ଯେ କୌଣସି ସମୟରେ କୌଣସି ବିଭାଗରୁ ଅଭିଯୋଗ ଆସିଲେ ଏସ୍‌ସିବିି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ତାହାର ଶୁଣାଣି କରିବେ । ସଂପୃକ୍ତ ବିଭାଗର ଡାକ୍ତରଙ୍କ ସହ ମିଶି ସେ ରୋଗୀଙ୍କ ଅଭିଯୋଗ ଶୁଣିବାକୁ ଆଜି ଏସ୍‌ସିବି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋ ସରକାର ଓ ୫-ଟି ଯୋଜନାକୁ ଲୋକାଭିମୁଖୀ କରିବା ଓ ଲୋକଙ୍କୁ ଉଚିତ୍ ନ୍ୟାୟ ଦେବା ପାଇଁ ଏଭଳି ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ