ଏସ୍‌ସିବି ଚାରିକଡରୁ ଉଚ୍ଛେଦ ଆରମ୍ଭ

କଟକ : କଟକ ଏସ୍‌ସିବି ଚାରିକଡରୁ ଉଚ୍ଛେଦ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟରେ ଚାଲିଛି ଉଚ୍ଛେଦ । ଜିଲ୍ଲା ଓ ପୋଲିସ୍‌ ପ୍ରଶାସନ ସହ ସିଏମ୍‌ସି ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନଗୁଡ଼ିକର ଉଚ୍ଛେଦ କରାଯାଉଛି । ଏସ୍‌ସିବିର ଦ୍ବିତୀୟ କ୍ୟାମ୍ପସ୍‌ ଗଠନ କରାଯିବା ନେଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଉଛି । ଏସ୍‌ସିବିକୁ ବିଶ୍ବସ୍ତରୀୟ ମେଡ଼ିକାଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏସ୍‌ସିବି ପୁନର୍ବିନ୍ୟାସ ଓ ଥଇଥାନ ପାଇଁ ପ୍ୟାକେଜ୍‌ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ