ଏସ୍ ଏଚ୍ ଜି ମାଧ୍ୟମରେ ଅଣ୍ଡା ଯୋଗାଣ ନିଷ୍ପତିକୁ ବ୍ଲକ୍ ଅଙ୍ଗନଓ୍ଵାଡ଼ି କର୍ମୀ ସଂଘର ବିରୋଧ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ଜନିତ ଲକ୍ ଡ଼ାଉନ୍ କୁ ଦୃଷ୍ଟିରେ ରଖି ଅଙ୍ଗନଓ୍ଵାଡ଼ି ଶିଶୁ, ପ୍ରସୂତି ଏବଂ ଗର୍ଭବତୀଙ୍କୁ SHG ମାଧ୍ୟମରେ ଅଣ୍ଡା ଯୋଗାଣ ପାଇଁ ନିଷ୍ପତି ନେଇଛନ୍ତି l ଏଥିରେ କ୍ଷୋଭ ପ୍ରକାଶ କରି ବେଲଗୁଣ୍ଠI ବ୍ଲକ୍ ଅଙ୍ଗନଓ୍ଵାଡ଼ି କର୍ମୀ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ସେମାନଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ବିଭିନ୍ନ ସୂତ୍ରରୁ ଅଧିକ ସୁଧରେ ଧାର ଆଣି ବ୍ଲକ୍ ର ୬ ମାସରୁ ୧୪ ବର୍ଷ ବୟସର ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମହିଳାଙ୍କୁ ରୋଷେଇ କରି ଖାଦ୍ୟ ଦେବା ସହ ଅଣ୍ଡା ବଣ୍ଟନ ମଧ୍ୟ କରୁଥିଲେ l କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସେମାନଙ୍କ ପୁରୁଣା ହିସାବ ଉପରେ କୌଣସି ଆଲୋଚନା ନକରି ତରବରିଆ ଭାବେ ଏହି ନିଷ୍ପତି ନେଇଛନ୍ତି l ତେଣୁ ଏବେ ସେମାନେ ଏହି ଦିଗରେ ଉଚିତ୍ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି l ସେମାନଙ୍କ ଦାବି ମୁତାବକ ପୂର୍ବରୁ ଥିବା ବିଭିନ୍ନ ଆର୍ଥିକ ସମସ୍ୟାର ସମାଧାନ କରି ପ୍ରଶାସନ ଉଚିତ୍ ନିଷ୍ପତ୍ତି ନେଉ l ପୁଣି ସେମାନଙ୍କର ଦାବି ହେଉଛି କେବଳ ଅଣ୍ଡା ବଣ୍ଟନ ନୁହଁ ରନ୍ଧା ଖାଦ୍ୟ ବଣ୍ଟନ ଦାୟିତ୍ଵ ମଧ୍ୟ S.H.G ଗ୍ରୁପ୍ କୁ ଦିଆଯାଉ I ଏହି ସବୁ ଅଭିଯୋଗ ନେଇ ବ୍ଲକ୍ ଅଙ୍ଗନାଓ୍ଵଡ଼ି କର୍ମୀ ସଂଘ ତରଫରୁ ମମତା କୁମାରୀ ପାଣିଗ୍ରାହୀ ଏବଂ କବିତା କୁମାରୀ ସାହୁ ଏକ ଦରଖାସ୍ତ ମାଧ୍ୟମରେ CDPO ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ