ଏସ୍‌.ବି.ଆଇ ୫ଜଣ ଉଠାଦୋକାନୀଙ୍କୁ ପି.ଏମ୍‌. ସ୍ୱନିଧି ଯୋଜନାର ଭଲ କାମ ପାଇଁ ସମ୍ମାନୀତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜ ୟୁନିଟ୍‌-୧ ସ୍ଥିତ ଏସ୍‌.ବି.ଆଇ. ମୁଖ୍ୟକାର୍ଯ୍ୟାଳୟ ଠାରେ ଏସ୍‌.ବି.ଆଇ. ର ସି.ଜି.ଏମ୍ ଚନ୍ଦ୍ରଶେଖର ଶର୍ମା ଯୋଗଦେଇ ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନାର କେଉଁଭଳି ଭାବରେ ଭୁବନେଶ୍ୱର ସମେତ ଓଡ଼ିଶାରେ ଥିବା କ୍ଷୁଦ୍ରବ୍ୟବସାୟୀ ତଥା ଉଠାଦୋକାନୀ ଭାଇ ଓ ଭଉଣୀମାନେ କିପରି ଲାଭ ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଏଥିରେ ରମେଶ କୁମାର ଯାଦମ, ଡ଼ି.ଜି.ଏମ୍ (ଏସ.ଏମ୍‌.ଇ) ଯୋଗଦେଇ ମହିଳା, ଏସ୍‌.ସି.,ଏସ୍‌.ଟି, ଭିନ୍ନକ୍ଷମ ଉଠାଦୋକାନୀମାନେ ପି.ଏମ୍‌. ସ୍ୱନିଧି ଯୋଜନାର ସୁବିଧା ନେଇପାରିବେ । ଡ଼ି.ଜି.ଏମ୍‌. ସଞ୍ଜୟ କୁମାର ଝା କହିଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସଦାସର୍ବଦା ଉଠାଦୋକାନୀମାନଙ୍କ ପାଇଁ କାର୍ଯ୍ୟ କରୁଛି ଏବଂ କାର୍ଯ୍ୟ କରୁଥିବ ମଧ୍ୟ । ଏହି କାର୍ଯ୍ୟକ୍ରମକୁ ଅଲ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁ କହିଲେ ବହୁ ଉଠାଦୋକାନୀ ଅଛନ୍ତି ଆଜି ପର୍ଯ୍ୟନ୍ତ ପି.ଏମ୍‌. ସ୍ୱନିଧି ଯୋଜନାରେ ଲାଭ ପାଇପାରିନାହାଁନ୍ତି । ଯାହାଫଳରେ ବହୁ ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତେଣୁ ବ୍ୟାଙ୍କ ଋଣ କାର୍ଯ୍ୟଗୁଡ଼ିକୁ ଯଦି ସରଳୀକରଣ କରିବେ ତେବେ ଲୋକମାନେ ଆହୁରି ସହଜରେ ଋଣ ପାଇପାରିବେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉଠାଦୋକାନୀମାନଙ୍କର ଭଲ କାର୍ଯ୍ୟପାଇଁ ଶୁଭଲକ୍ଷ୍ମୀ ମହାନ୍ତି, ଲଲାଟ୍ କୁମାର ଓଝା, ଗଣେଷ ଚନ୍ଦ୍ର ପଟ୍ଟନାୟକ, ସସ୍ମିତା ସାହୁ, ରମେଶ ଚନ୍ଦ୍ର ପାତ୍ରଙ୍କୁ ସମ୍ମାନୀତ କରିଥିବାବେଳେ ୩୦ଜଣ ଉଠାଦୋକାନୀଙ୍କୁ ଏସ.ବି.ଆଇ ସ୍କାନର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ସହଯୋଗ କରିଥିବାବେଳେ ୧୨୦ଟିରୁ ଊର୍ଦ୍ଧ ସଂଘର କର୍ମକର୍ତ୍ତା ଯୋଗଦେବା ସହ ଷ୍ଟେଟ୍ ବ୍ୟାଙ୍କର ବହୁ ପଦାଧିôକାରୀ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ