ଏସ୍.ସି, ଏସ୍.ଟି, ଓବିସିମାନଙ୍କୁ ଶିକ୍ଷା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଜାତିଭିତ୍ତି ଜନଗଣନା ଦାବି କରିଛି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) । ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମ ଓ ଜାତି ସମ୍ବନ୍ଧରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି । ଜାତିଭିତ୍ତିରେ ଇଣ୍ଡିଆର ରାଜକୋଷରୁ ଖର୍ଚ୍ଚ କରିବା ପାଇଁ ଯୋଜନା କରିଥିବା ବେଳେ ଜାତିଭିତ୍ତିକ ଜନଗଣନା ନ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିଚାର ବିଭାଗକୁ ରାଜନୀତିକରଣ କରିବା ପାଇଁ ଉଦ୍ୟମ କରୁଛନ୍ତି । ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଲୋକସେବା ଭବନକୁ ଅବାଧ ପ୍ରବେଶରେ ରୋକ ଲଗାଇଥିବା ବେଳେ ଦିଲ୍ଲୀରେ ନିଉଜ୍ କ୍ଲିକ ଗଣମାଧ୍ୟମ ଉପରେ ରେଡ଼ କରାଯାଇଛି । ଓଡ଼ିଶାରେ ଅନ୍ୟାନ୍ୟ ପଛୁଆବର୍ଗ ଓବିସିମାନଙ୍କୁ ସେମାନଙ୍କର ହକ୍ ଦିଆଯାଉ ନାହିଁ । ବ୍ରାହ୍ମଣମାନେ ମଧ୍ୟ ତଳିତଳାନ୍ତ ହେବାକୁ ବସିଲେଣି । ବ୍ରାହ୍ମଣମାନଙ୍କର ଉନ୍ନତି ଓ ପ୍ରଗତି ପାଇଁ ଏକ ବ୍ରାହ୍ମଣ ବିକାଶ ଅର୍ଥ ନିଗମ ଗଠନ କରି ବ୍ରାହ୍ମଣମାନଙ୍କର ଉନ୍ନତି କରାଯାଉ । ଓଡ଼ିଶାରେ ତୁରନ୍ତ ଜାତିଭିତ୍ତିକ ଜନଗଣନା କରି ପଛୁଆବର୍ଗ, ଓବିସି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିମାନଙ୍କୁ ଶିକ୍ଷା, ନିଯୁକ୍ତି ଏବଂ ରୋଜଗାର କ୍ଷେତ୍ରରେ ସେମାନଙ୍କର ହକ୍ ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ଦାବି କରିଛି ।


