ଏସ ଇଲେଭେନ ଟାଇଟନସ୍ କଲଚୁରାଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଏସ ଇଲେଭେନ କଲଚୁରାଲ କ୍ଲବ’ ଆନୁକୁଲ୍ୟରେ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବାଦାମ ପାହାଡ଼ ଅଂଚଳର ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିପୁଣ କଳା ନୃତ୍ୟ ପରିବେଷଣ କରିଥିଲେ । ସନସାଇନ ଇଙ୍ଗଲିସ ମିଡିୟମ ସ୍କୁଲର କୋରିଓଗ୍ରାଫର ଆସ୍କା କୁମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଜୁନିଅର ଗ୍ରୁପ ନୃତ୍ୟରେ ସନସାଇଲ ସ୍କୁଲ ପ୍ରଥମ ଏବଂ ଦ୍ବିତୀୟ ବିଜେତା ହୋଇଥିବା ବେଳେ ଜୁନିଅର ସୋଲୋ ଏକକ ନୃତ୍ୟରେ ପ୍ରଥମ,ଦିତୀୟ ଏବଂ ତୃତୀୟ ହୋଇଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଦାମ ପାହାଡ଼ ଥାନାଧିକାରୀ ଆୟୂଷକାନ୍ତ ଜେନା, ଏବଂ ବିଚାରକ ଭାବେ ସନ ସାଇନ୍ ସ୍କୁଲର ବିଦ୍ୟାଳୟର ଉପାଧ୍ୟକ୍ଷା ଆଫ୍ରିନ ବାନୋ, ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷକ ମୃତ୍ୟୁଞ୍ଜୟ ନାଥ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଲକ୍ଷ୍ମଣ କିସ୍କୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କ୍ଷୀତିଶ କୁମାର ପାତ୍ର ମଂଚ ପରିଚାଳନା କରିଥିଲେ । ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଆକାଶ ଦାସ,,ସୌଭିକ ଦାସ,ଶୈଳେନ୍ଦ୍ର ଗିରି,ତୋଫାନ ବାରିକ,କୁଶଲ ବାନାର୍ଜୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।