ଏସ.ଏମ.ଆଇ.ଟି ରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର , (ଓ୍ବାଇଏନ୍ଏସ୍) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ.ଏମ.ଆଇ.ଟି ଗ୍ରୁପ ଅଫ ଇନଷ୍ଟିଟ୍ୟୁଡ଼ ତରଫରୁ ଆଜି ଦେଶର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପତାକା ଉତ୍ତୋଳନ କରିବା ସହ ଦେଶ ଭକ୍ତି ସଂଗୀତ ଗାନ କରାଯାଇ କୋଭିଟ ନିୟମକୁ ଆଖି ଆଗରେ ରଖି ଶୃଙ୍ଖଳାର ସହିତ ଦିବସଟି ପାଳିତ ହୋଇଛି | ସ୍ଥାନୀୟ ହିଲପାଟଣା ସ୍ଥିତ ଏସ.ଏମ.ଆଇ.ଟି କର୍ପୋରେଟ କାର୍ଯ୍ୟାଳୟ ର ଅନୁଷ୍ଠାନରେ ଡ଼ଃ ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶ ସେବାରେ ମାନ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ | ବୃନ୍ଦାବନ ନାୟକ , ସ୍ମାରକୀ ଆଟିଆଇ ଅଧକ୍ଷ , ଇ ରାମଚନ୍ଦ୍ର ପାତ୍ର, ସମ୍ପାଦକ ଓ ଗଣ ଯୋଗାଯୋଗ ବିଭାଗ ଅଧକ୍ଷ ଡ଼ଃ ହରିହର ବେହେରା , ଡ଼ଃ ସୋନାଲି ସାହୁ , ପ୍ରଶାସନ ଅଧିକାରୀ ବିନାୟକ ପାତ୍ର , ତ୍ରିଭଙ୍ଗ ପାଣିଗ୍ରାହୀ ,ଅନିଲ ତ୍ରିପାଠୀ ଙ୍କ ସହ ଅନେକ କର୍ମଚାରୀ ଉତ୍ସବରେ ଯୋଗଦାନ ଦେଇଥିଲେ | ସେହିପରି ଅଧକ୍ଷ ଡ଼ଃ ଜଗନ୍ନାଥ ସାହୁ ,ଚଣ୍ଡୀପଦର ସ୍ଥିତ ଡିଗ୍ରୀ ଇଂଞ୍ଜିନିୟରିଂ କଲେଜ ଓ କିଡ଼ସ ସ୍କୁଲ ପରିସରରେ ମଧ୍ୟ କର୍ମଚାରୀ ଗହଣରେ ପତାକା ଉତ୍ତୋଳନ କରାଯାଇଥିଲା ,ଆଙ୍କୁଶପୁର ରେ ଅଧକ୍ଷ ଡ଼ଃ ସୁଧାଂଶୁ ମୋହନ ପାଢ଼ୀ ,ଡିପ୍ଲୋମା , ଇଂଞ୍ଜିନିୟରିଂ ଏମବିଏ, ଏହା ସହ ଲାଇବ୍ରେରୀ ସାଇନ୍ସ କଲେଜ ଠାରେ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇଥିଲେ , ଅଧକ୍ଷ ଶ୍ରୀ ଲାଳଚକ୍ର ଷଡ଼ଙ୍ଗୀ , ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ଓ ଏସ.ଏମ.ଆଇ.ଟି, ଆଇଟିଆଇ ଠାରେ ପତାକା ଉତ୍ତୋଳନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ