ଏସ.ଏମ.ଆଇ.ଟି ର ବିଭିନ୍ନ ଅନୁଷ୍ଠାନରେ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା

ବ୍ରହ୍ମପୁର,(ଅନିଲ କୁମାର): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ.ଏମ.ଆଇ.ଟି ଗ୍ରୁପ ଅଫ ଇନଷ୍ଟିଟ୍ୟୁଟର ହିଲପାଟଣା ସ୍ଥିତ ବୃନ୍ଦାବନ ନାୟକ ମେମୋରିଏଲ ଆଇ.ଟି.ସି ଓ ଅଙ୍କୁଶପୁର ସ୍ଥିତ ଡିପ୍ଲୋମା ଇଂଞ୍ଜିନିୟରିଂ,ହିଞ୍ଜିଳିକାଟୁ ସ୍ଥିତ ଏସ.ଏମ.ଆଇ.ଟି,ଆଇ.ଟି.ସି ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି | ଅନୁଷ୍ଠାନର ସଭାପତି ଡଃ.ଭଗବାନ ଗନ୍ତାୟତ ସମସ୍ତ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ,ଅଧ୍ୟକ୍ଷା,ଅଧ୍ୟପକ,ଅଧ୍ୟାପିକା,ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଗହଣରେ ବିଭିନ୍ନ ସ୍ଥାନରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ | ସମସ୍ତ ଅନୁଷ୍ଠାନରେ ପୂଜାପାଠ ଓ ପ୍ରସାଦ ସେବନ ସହ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ