ଏସ ଏସ ଭି ଏମ ଫୁଲବାଣୀର କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା
ଫୁଲବାଣୀ, (ସୁନୀଲ କୁମାର ବେହେରା) : କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ପରିଚାଳନାରେ ବିଦ୍ୟାଳୟ ର ୬ ଜଣ ଏ୧କୃତି ଛାତ୍ରଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ବିଦ୍ୟାଳୟର ୧୦୦% ପରୀକ୍ଷା ଫଳାଫଳ ସମସ୍ତ ଜନମାନସରେ ଭରି ଦେଇଛି ଆନନ୍ଦର ଲହରୀ । ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ମୋଟ ୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ୧- ରେ ୬ ଜଣ, ଏ୨-ରେ ୨୩ଜଣ,ବି୧-ରେ ୩୩ ଜଣ,ବି୨-ରେ ୨୩ଜଣ,ସି-ରେ୫ ଜଣ କୃତିତ୍ୱ ହାସଲ କରିଥିଲେ।ତନ୍ମଧ୍ୟରୁ ଏ୧ ରେ କୃତିତ୍ୱ ହାସଲ କରିଥିବା ସର୍ଵ ଶ୍ରେଷ୍ଠ ୬ ଜଣଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ତରଫରୁ ସମ୍ବର୍ଦ୍ଧିତ କରାଗଲା।ସେମାନେ ହେଲେ ସୁଶ୍ରୀ ଶ୍ରାବଣୀ ଦାଶ ସର୍ବୋଚ୍ଚ ୫୭୮ ରଖିଥିବା ବେଳେ ସୁଶ୍ରୀ କଲ୍ୟାଣି ସ୍ୱାଇଁ ୫୬୨, ଶ୍ରୀମାନ ଅଜୟ ବେହେରା ୫୬୦,ସୁଶ୍ରୀ ସନ୍ତୋଷି ସାହୁ ୫୫୪,ସୁଶ୍ରୀ ସୁପ୍ରିୟା ପଟ୍ଟନାୟକ ୫୪୯ ଏବଂ ଶ୍ରୀମାନ ରିଷଭ ପାତ୍ର ୫୪୧ ନମ୍ବର ରଖି କୃତିତ୍ବ ହାସଲ କରିଛନ୍ତି । ଉକ୍ତ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବି ଇ ଓ ରଞ୍ଜନ କଁହର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶୁଭେନ୍ଦୁ କୁମାର ତ୍ରିପାଠୀ,ଅବସର ପ୍ରାପ୍ତ ଅଧ୍ୟକ୍ଷ ପୂର୍ନେନ୍ଦୁ ତ୍ରିପାଠୀ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖ ମଞ୍ଚ।ସିନ ଥିଲେ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଏ୧ କୃତି ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି,ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଛାତ୍ରଙ୍କ ମଧ୍ୟରେ ସର୍ଵ ଶ୍ରେଷ୍ଠ ଙ୍କୁ ଏବଂ ଛାତ୍ରୀଙ୍କ ମଧ୍ୟରେ ସର୍ଵ ଶ୍ରେଷ୍ଠଙ୍କୁ ବିଦ୍ୟାଳୟ ତରଫରୁ ଅର୍ଥରାଶି ପୁରସ୍କୃତ କରାଯାଇଥିଲା।ପରେ ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।