ଏସ ଏସ ଭି ଏମ ଫୁଲବାଣୀ ଠାରେ କନ୍ୟା ଶିବିର ଅନୁଷ୍ଠିତ

ଫୁଲବାଣୀ, (ସୁନିଲ କୁମାର ବେହେରା):ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲାର ଜିଲ୍ଳା ପ୍ରମୂଖ ଇନ୍ଦ୍ରମଣି ନାୟକ, ମାତୃ ଭାରତୀର ସଭାପତି ପ୍ରମିଳା ବେହେରା, ସମ୍ପାଦକ କଳ୍ପଲତା କର ଉପସ୍ଥିତ ଥିଲେ l ପ୍ରାୟ ୭୦ ଜଣ ଭଉଣୀ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ଯଥା ଅଳତା ଲଗାଇବା, ଝୋଟି, ସାଢ଼ୀ ପିନ୍ଧା, ଖାଦ୍ୟ ପ୍ରସ୍ତୁତି ଓ ବ୍ୟବସାୟିକ ମେଳା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତା ରେ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡଃ କଳ୍ପନା ଦଳେଇ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଫିରିଙ୍ଗିଆ ମହାବିଦ୍ୟାଳୟ ର ଅଧ୍ୟାପିକା ହରପ୍ରିୟା ମିଶ୍ର, ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ଜିଲ୍ଲା ପ୍ରମୁଖ ଇନ୍ଦ୍ରମଣି ନାୟକ ଉପସ୍ଥିତ ଥିଲେ l ବିଚାରକ ଭାବେ ବିରି ଗାଁ ର ବିଜ୍ଞାନ ଶିକ୍ଷୟିତ୍ରୀ ସବିତା ସାହୁ, କଳ୍ପଲତା କର, ରଶ୍ମିତା ମହାନ୍ତି, ସୁଦେଷ୍ଟା ମିଶ୍ର, ପ୍ରମିଳା ଦଳ ବେହେରା ସହଯୋଗ କରିଥିଲେ l ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ଯ ଦକ୍ଷିଣ ପୂର୍ବ ସମ୍ଭାଗର ବାଳିକା ଶିଷ୍ୟ ସଂଯୋଜିକା ବୈଜୟନ୍ତି ସାମନ୍ତରାୟଙ୍କ ସଂଯୋଜନା ତଥା ସମସ୍ତ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ