ଏସ.ଡବ୍ଲୁ.ଡବ୍ଲୁ. ଏସ ଅନୁଷ୍ଠାନ ତରଫରୁ ମାଣ୍ଡିଆ ଅମଳ ପର୍ବ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସ୍. ଡବ୍ଲ୍ୟୁ. ଡବ୍ଲ୍ୟୁ. ଏସ୍. ତଥା ରାଜ୍ୟ ମିଲେଟ ମିଶନ୍ ଓ ଆତ୍ମାର ମିଳିତ ଆନୁକୁଲ୍ୟରେ ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣପୁର ପଂଚାୟତ ଅଧିନସ୍ଥ ଅରଖପଦା ଗ୍ରାମରେ ମାଣ୍ଡିଆ ଅମଳ ପର୍ବ ଅନୁଷ୍ଠିତ ହୋଇଯାଇଛି।ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ସୁରେନ୍ଦ୍ର ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବ୍ଲକର କ୍ରୁଷି ବିଭାଗ ଅଧିକାରୀ ସୁପ୍ରିୟା କଂହର ଓ ବିଭାଗୀୟ ସହଯୋଗୀ ପ୍ରତିମା ରାଉତ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସି. ଇ. ଓ. ଶ୍ରୀମା ବେହେରା ଯୋଗଦାନ କରିଥିଲେ। ଆନ୍ତର୍ଜାତୀୟ ମିଲେଟ ବର୍ଷ ଉପଲକ୍ଷେ ମିଲେଟ୍ ଜାତୀୟ ଖାଦ୍ୟର ଉପକାରିତା ଉପରେ ବକ୍ତା ମାନେ ନିଜର ମତବ୍ୟକ୍ତ କରିଥିଲେ। ଉପରୋକ୍ତ ସଂଗଠନ ସହାୟତାରେ ଉକ୍ତ ଗ୍ରାମର ୧୩ ଜଣ ଚାଷୀ ମାଣ୍ଡିଆ ଚାଷ ଦ୍ୱାରା ଉପକାର ପାଇଛନ୍ତି। ସେମାନେ ୧୫ ଏକର ଜମିରେ ମାଣ୍ଡିଆ ଚାଷ କରିଛନ୍ତି। ଅମଳ ପରେ ଏକ ସ୍ୱତନ୍ତ୍ର ପର୍ବରେ ଗ୍ରାମବାସୀ ସାମିଲ ହୋଇଥିଲେ। ସେମାନଙ୍କର ମାଣ୍ଡିଆ ଚାଷର ଆଗ୍ରହ ଅତିଥିମାନଙ୍କୁ ଉଦ୍ଭୁଦ କରିଥିଲା। ଅଧିକାରୁ ଅଧିକା ଏହି ସ୍ୱାସ୍ଥ୍ୟୋପଯୋଗୀ ମିଲେଟ୍ ଚାଷ ପ୍ରକ୍ରିୟାରେ ସାମିଲ ହେବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଏକରରୁ ସେମାନେ ୫ ରୁ ୬ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହିସାବରେ ୮୦ କ୍ୱିଣ୍ଟାଲ ଉତ୍ପାଦନ ଆଶା ରଖିଛନ୍ତି।ସେମାନଙ୍କୁ ଏସ୍. ଡବ୍ଲ୍ୟୁ. ଡବ୍ଲ୍ୟୁ. ଏସ୍. ବିଭିନ୍ନ କୌଶଳରେ ସହାୟତା କରିଥିଲେ। ଗ୍ରାମର ଏହି ଦିନକୁ ଏକ ସ୍ୱତନ୍ତ୍ର ପର୍ବଭାବେ ପାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ