ଏସ.ଲିଙ୍ଗରାଜ ଦ୍ୱିତୀୟଥର ପାଇଁ ହେଲେ ଜିଲ୍ଲା ବିଜେଡି ଯୁବ ସଭାପତି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବିଜେଡିର ଯୁବ ସଭାପତି ଭାବେ ଏସ.ଲିଙ୍ଗରାଜ ଦ୍ୱିତୀୟଥର ପାଇଁ ମନୋନୀତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦ୍ୱିତୀୟଥର ପାଇଁ ଗଜପତି ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ଚୟନ କରିଛନ୍ତି । ସେ ଦ୍ୱିତୀୟଥର ପାଇଁ ସଭାପତି ଭାବେ ଚୟନ ହେବା ପରେ ପାରଳାଖେମୁଣ୍ଡି କଲେଜ ଛକ ଠାରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ସହ ଜିଲ୍ଲାର ବହୁ ବରିଷ୍ଠ ନେତା ଯଥା ସଭାପତି ପ୍ରଦୀପ ନାୟକ,ପାରଳା ଯୁବରାଣୀ କଲ୍ୟାଣୀ ଗଜପତି,ଉପ-ସଭାପତି ଏଲ.ଏନ.ପରିଚ୍ଛା,ମହିଳା କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା,ନଗର ସଭାପତି ସୁର୍ଯ୍ୟ ନାରାୟଣ ରାଜଗୁରୁ,ବରିଷ୍ଠ ନେତା କସନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏମାନେ ସମସ୍ତେ ଲିଙ୍ଗରାଜଙ୍କୁ ପୁଷ୍ପଗୁଚ୍ଛ ଦେଇ ସୁଭେତ୍ସା ଜଣାଇଥିଲେ । ଦ୍ୱିତୀୟଥର ପାଇଁ ଏହି ଦାୟୀତ୍ୱ ନବା ପରେ ଏସ.ଲିଙ୍ଗରାଜ ସୁପ୍ରୀମୋ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସହ ଗଜପତି ଜିଲ୍ଲାରେ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦେବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ