“ଏସ ସି ବି ଠାରେ ନୂତନ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯିବ ନେଇ କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ଜରୁରୀ ସମୀକ୍ଷା”

କଟକ, (ଦୀପକ୍ କୁମାର ବେଉରା):ଏସ ସି ବି ନୁତନ ଭେଷଜ କୋଠାରେ କୋଭିଡ ହସ୍ପିଟାଲ କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହିତ ଆବଶ୍ୟକ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧକ୍ଷତାରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଉଭୟ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଏବଂ ସି ଏମ ସି କମିଶନର ଅନନ୍ୟା ଦାସଙ୍କ ଉପସ୍ଥିତି ରେ ଆବଶ୍ୟକ ଥିବା ସମସ୍ତ କାର୍ଯ୍ୟ କୁ ସମୟ ଧାର୍ଯ୍ୟରେ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ନୂତନ ଭେଷଜ ବ୍ଲକ(କୋଠା)ରୋଗୀଙ୍କୁ ଉପଯୁକ୍ତ ଜାଗାକୁ ସ୍ଥାନାନ୍ତରଣ, ନୂତନ କୋଭିଡ ହସ୍ପିଟାଲ ଓ ସେଠାରେ ପୂର୍ବରୁ ଚାଲୁଥିବା ଆଇସୋଲେସନ ୱାର୍ଡକୁ ଏକତ୍ର କରି ହସ୍ପିଟାଲ କତ୍ତୃପକ୍ଷଙ୍କ ଦ୍ଵାରା ଚାଲୁ କରାଇବା ଏବଂ କୋଭିଡ ହସ୍ପିଟାଲ ପାଇଁ ମନସ୍ତତ୍ୱ୍ୱ ବିଭାଗରୁ ଜଣକୁ କାଉଁସେଲର ଭାବେ ନିୟୋଜିତ କରାଯିବା ଆଦି ସମ୍ପର୍କରେ ଆୟୁକ୍ତ ସୂଚନା ଦେଇଥିଲେ।ବିଶେଷକରି ପୂର୍ତ୍ତ ବିଭାଗ ଦ୍ୱାରା ହେବାକୁ ଥିବା ଆରଏସଆଇସି କୋଠା ସହିତ ବାକି ଥିବା ସମସ୍ତ ନିର୍ମାଣ ଓ ମରାମତି କାର୍ଯ୍ୟ,ବେରିକେଡିଙ୍ଗ, ଟିଟାନସ,ଡାଇରିଆ ୱାର୍ଡ ନିର୍ମାଣ କାର୍ଯ୍ୟ ଆଦିକୁ ଯଥାଶୀଘ୍ର ଶେଷ କରିବା ପାଇଁ କହିଥିଲେ ଏବଂ ଏଥି ସହିତ ସାଧାରଣ ବିଦ୍ୟୁତ ବିଭାଗ,ପାନୀୟ ଜଳ ଜନସ୍ବାସ୍ଥ୍ୟ ଆଦି ସମସ୍ତ କାର୍ଯ୍ୟ ପାଇଁ ଡ଼ା ଜୟନ୍ତ ପଣ୍ଡାଙ୍କ ସହିତ ପରାମର୍ଶ କରି ବିଭାଗୀୟ ଅଧିକାରୀ ମାନେ ଧାର୍ଯ୍ୟ ସମୟରେ ଶେଷ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।ଷ୍ଟୋର ମେଡିକାଲ ଅଧିକାରୀଙ୍କୁ ମଧ୍ୟ ଶୀଘ୍ର ଔଷଧ,ଯନ୍ତ୍ରପାତି ଆଦି କ୍ରୟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଥିଲା।ଏହି ସମୀକ୍ଷା ସମୟରେ ଏସ ସି ବି ମେଡିକାଲର ଅଧ୍ୟକ୍ଷ ଡ଼ା ଦତ୍ତେଶ୍ୱର ହୋତାଙ୍କ ସମେତ ଡାକ୍ତର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ