ଏହିସବୁ ସିନେମାପାଇଁ ଦୁଃଖ କରନ୍ତି ଅମିତାଭ ବଚ୍ଚନ!

ବିଗ୍ ବି ଅମିତାଭ ବଚ୍ଚନ ବହୁ ସିନେମାରେ କାମ କରିଛନ୍ତି, ହେଲେ ତାଙ୍କର କେତାଟି ସିନେମା ରିଲିଜ୍ ହୋଇ ନଥିବାରୁ ସେ ଦୁଃଖ କରନ୍ତି । ଆସନ୍ତୁ ଜାଣିବା ସେହିସବୁ ସିନେମା ସଂପର୍କରେ । ଶିବା(୧୯୭୦): ଲଷ୍ଟ୍ ଆଣ୍ଡ୍ ଫାଉଣ୍ଡ ପ୍ରସଙ୍ଗ ଉପରେ ଆଧାରିତ ଏକ ଫିଲ୍ମ ହେଲା ” ଶିବା’, ଯାହା ୧୯୭୦ରେ ନିର୍ମିତ ହେଉଥିଲା । ଏଥିରେ ଅମିତାଭ ବଚ୍ଚନ ବଡ଼ ଭାଇର ଭୂମିକା କରିଥିଲେ । ହେଲେ ସେହି ସିନେମା ରିଲିଜ୍ ହୋଇପାରିଲା ନାହିଁ । ୟାର୍ ମେରି ଜିନ୍ଦେଗୀ(୧୯୭୧): ୧୯୭୧ରେ ” ୟାର୍ ମେରି ଜିନ୍ଦେଗୀ’ ଟାଇଟଲରେ ଏକ ଫିଲ୍ମର ନିର୍ମାଣ ଆରମ୍ଭ ହୋଇଥିଲା, ହେଲେ ଏହି ଫିଲ୍ମଟି କେବେ ରିଲିଜ୍ ହୋଇପାରିନଥିଲା । ଅପନା ସପନା( ୧୯୭୨): ଅମିତାଭ ବଚ୍ଚନ ଓ ରେଖା ଷ୍ଟାର୍ର ଏକ ମୁଭି ଥିଲା ” ଅପନା ସପନା’ ? ଏହାର କିଛି ଅଂଶ ସୁଟିଂ ବି ସରିଥିଲା । ହେଲେ ପରେ ଏହାପରେ ବନ୍ଦ ହୋଇଗଲା । ଏହାପରେ ଏହି ଯୋଡ଼ିକୁ ଦର୍ଶକ “ଦା-ଅନଜାନେ’ ରେ ଦେଖିବାକୁ ପାଇଥିଲେ । ଖୁଦା ବିବାହ( ୧୯୭୮): ଅମିତାଭ ବଚ୍ଚନ ଓ ଶ୍ରୀଦେବୀ ଙ୍କ ସୁପରହିଟ୍ ଫିଲ୍ମ ” ଖୁଦା ବିବାହ’ ତ ରିଲିଜ୍ ହୋଇଥିଲା ହେଲେ ୧୯୭୮ ମସିହାରେ ବଲିଉଡର ହିଟ୍ ମେକର୍ ମନମୋହନ ଦେଶାଇ ଏହି ଟାଇଟଲରେ ଅନ୍ୟ ଏକ ସିନେମା ନିର୍ମାଣ କରୁଥିଲେ । ଏଥିରେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ କାମ କରୁଥିଲେ ପରବୀନ୍ ବାବି । ତେବେ ଏହି ଫିଲ୍ମଟି ଅଧାରେ ଅଟକି ରହିଥିଲା । ସରଫରାସ୍ ( ୧୯୭୯): ପ୍ରଖ୍ୟାତ ନିର୍ଦ୍ଦେଶକ ମନମୋହନ ଦେଶାଇ ୧୯୭୯ରେ ଅମିତାଭ ବଚ୍ଚନଙ୍କୁ ଲିଡ୍ ରୋଲରେ ନେଇ “ସରଫରାସ୍ ‘ ଟାଇଟଲରେ ଏକ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରବିନ ବାବି, ଋଷି କପୁର, କାଦର ଖାନ୍ ଓ ଶକ୍ତି କପୁର ଅଭିନୟ କରିଥିଲେ । ଏହା ବି ରିଲିଜ୍ ହୋଇପାରିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ