ଏହି ଗାଁରେ ପିଲାଠାରୁ ବୟସ୍କ ସମସ୍ତେ ମୂକ, ବଧିର
ଇଣ୍ଡୋନେସିଆର ଗାଁ ବେଙ୍ଗ୍କଲା । ଏଠାରେ ଥିବା ପ୍ରାୟ ସମସ୍ତେ କଥା କହିପାରନ୍ତି ନାହିଁ । କାରଣ ପିଲାଟି ଦିନରୁ ଏମାନେ ଭାଷା ସହ ଜଡିତ ନୁହଁନ୍ତି । ତେଣୁ ଏହି ଗାଁକୁ “ଡିପ୍ ଭିଲେଜ୍’ ମଧ୍ୟ କୁହାଯାଏ । ଏଠାକାର ବାସିନ୍ଦା ସାଙ୍କେତିକ ଭାଷାରେ କଥା ହୁଅନ୍ତି । ଏହା ଶହ ଶହ ବର୍ଷ ପୁରୁଣା ସାଙ୍ଗେତିକ ଭାଷା ବୋଲି କୁହନ୍ତି ସ୍ଥାନୀୟ ଲୋକେ । ତେବେ ଭୌଗୋଳିକ ଅବସ୍ଥିତି ଯୋଗୁ ଏଠାରେ ଜନ୍ମ ନେଉଥିବା ଶିଶୁ ପ୍ରଥମ ଦିନରୁ ହିଁ ମୂକ ବଧିର ହୋଇ ଜନ୍ମ ନେଇଥାଆନ୍ତି ବୋଲି ଗବେଷକମାନେ ମତ ଦିଅନ୍ତି । କେବଳ ଗ୍ରାମବାସୀ ନୁହେଁ ଏଠାକାର କେତେଗୁଡିଏ କାର୍ଯ୍ୟାଳୟରେ ମଧ୍ୟ ଲୋକେ ସାଙ୍କେତିକ ଭାଷାରେ କଥା ହୋଇଥାଆନ୍ତି । ଏହି ସାଙ୍କେତିକ ଭାଷାକୁ “କାଟା କୋଲୋକ୍’ କୁହାଯାଏ ।