ଏହି ପେସାରେ କାମ କରିବାକୁ ଡ଼ରୁଛନ୍ତି ପ୍ରିୟଙ୍କା !
ବଲିଉଡର ଆଗଧାଡ଼ିର ନାୟିକାଙ୍କ ମଧ୍ୟରେ ଅନତ୍ୟମ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଅଭିନୟ ସହ ସେ ଫିଲ୍ମର ପ୍ରଯୋଜନା କରିବା ଓ ଗୀତ ମଧ୍ୟ ଗାଇ ସାରିଛନ୍ତି । ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏରୁ ବଲିଉଡରେ ଡେବ୍ୟୁ କରିଥିଲେ ପ୍ରିୟଙ୍କା । ଏହା ପରେ ସେ ବଲିଉଡର ଅନେକ ହିଟ୍ ଫିଲ୍ମରେ କାମ କରିଥିଲେ । ଅଭିନୟ ପରେ ପରେ ସେ ପ୍ରଯୋଜନା କରିବା ଆରମ୍ଭ କରିଥିଲେ । ଫିଲ୍ମ ଭେଣ୍ଟିଲିଟର, ପାହୁନା: ଦ ଲିଟିଲ ଭିଜିଟର୍ସ ଏବଂ ଦ ସ୍କାଏ ଇଜ୍ ପିଙ୍କରେ ସେ ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ଜଣା ପଡ଼ିଛି ?
ତେବେ ନିର୍ଦ୍ଦେଶକ ବନିବାକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ଏହି ପେସା ମୋ ମନରେ ଡ଼ର ଆଣିଥାଏ । କାରଣ ଏହି ପେସାରେ ଅନେକ ପ୍ରକାରର ଦାୟିତ୍ୱ ନେବାକୁ ପଡ଼ିଥାଏ । କିନ୍ତୁ ଯେଉଁଭଳି ଭାବରେ ମୁଁ ଅଭିନୟରୁ ପ୍ରଯୋଜନାକୁ ଆସିଥିଲି, ସେହିଭଳି ଭାବରେ ମୁଁ ନିର୍ଦ୍ଦେଶନାକୁ ମଧ୍ୟ ଦିନେ ନା ଦିନେ ଯିବି ବୋଲି କହିଥିଲେ ପ୍ରିୟଙ୍କା ।