ଏହି ସବୁ ପ୍ରଶ୍ନର ଉତ୍ତର ବିଜ୍ଞାନ ପାଖରେ ନାହିଁ
ଆଧ୍ୟାତ୍ମିକତା ପଛରେ ଲୁଚି ରହିଛି ବିଜ୍ଞାନ । ବିଜ୍ଞାନ ଆଧ୍ୟାତ୍ମିକତାର ପରିପନ୍ଥୀ ନୁହେଁ ବରଂ ସହଯୋଗୀ କହିଲେ ଠିକ୍ ହେବ । ମାତ୍ର ଆମ ଦୈନନ୍ଦିନ ଜୀବନ କଥା ହେଉ ଅବା ଅନ୍ୟ କିଛି ହେଉ ଏପରି ଅନେକ କଥା ଅଛି ଯାହାର ଉତ୍ତର ବିଜ୍ଞାନ ପାଖରେ ନାହିଁ । ସେଗୁଡିକ ହେଲା…
ଚେତନା କ’ଣ? ଏହି ଚେତନା ଶବ୍ଦ ଆମେ ଅଧିକାଂଶ ସମୟରେ ବ୍ୟବହାର କରିଛେ । ମାତ୍ର ଏହା ବାସ୍ତବରେ କଣ ତାହା ବୈଜ୍ଞାନିକମାନେ ଏଯାବତ୍ ଖୋଜି ପାଇନାହାନ୍ତି ।ମୃତ୍ୟୁ ବିଷୟରେ ବି ବୈଜ୍ଞାନିକମାନେ ଏଯାବତ୍ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ପାଇପାରିନାହାନ୍ତି । କାହାର ଆୟୁ କେତେ ଓ କାହାର ମୃତ୍ୟୁ କେମିତି ହେବ ତାହା ବି ବୈଜ୍ଞାନିକମାନେ ଜାଣିପାରିନାହାନ୍ତି ।ପୁରା ବିଶ୍ୱରେ କେବଳ ମଣିଷ ହେଉଛି ଏକମାତ୍ର ବୁଦ୍ଧିମାନ ପ୍ରାଣୀ । ଏକଥା ଆମେ ସମସ୍ତେଜାଣନ୍ତି । ମାତ୍ର ଏହାର ପ୍ରମାଣ ମିଳିନାହଁ । ବୈଜ୍ଞାନିକମାନେ ପାଇପାରିନାହାନ୍ତି ।ପୃଥିବୀରେ ଜନସଂଖ୍ୟା ବୃଦ୍ଧି ପାଇଚାଲିଛି । ଏହା ଦିନେ ଚରମ ସୀମାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ବାସ୍ତବରେ ସମୟକ୍ରମେ ଜନସଂଖ୍ୟା ବଢ଼ିବ କି କମିବ ତାହାର ଉତ୍ତର ମଧ୍ୟ ବୈଜ୍ଞାନିକମାନଙ୍କ ପାଖରେ ନାହିଁ ।ବିଶ୍ୱ ଦିନେ ଧ୍ୱଂସ ପାଇବ । ଏ ନେଇ ନାନା କାହାଣୀ ରହିଛି । ମାତ୍ର ବାସ୍ତବରେ ପୃଥିବୀ କେଉଁ ଭଳି ଭାବେ ଧ୍ୱଂସ ପାଇବ ତାହାର ଉତ୍ତର କାହା ପାଖ୍ରେ ନାହିଁ ।ସ୍ୱପ୍ନ ପ୍ରତ୍ୟେକ ମଣିଷ ଦେଖନ୍ତି । କିଏ ଭଲ ତ କିଏ ମନ୍ଦ । ମାତ୍ର ଏହି ସ୍ୱପ୍ନ ବାସ୍ତବରେ କାହିଁକି ଦେଖନ୍ତି ସେ କଥା ବୈଜ୍ଞାନିକମାନେ ଗବେଷଣା କରି ମଧ୍ୟ କୌଣସି ଫଳାଫଳ ପାଇପାରିନାହାନ୍ତି ।