ଏୟାରଟେଲ୍ ଟିଭି ପକ୍ଷରୁ ଇଲେକ୍ସନ୍ ୨ଠ୧୯
ନୂଆଦିଲ୍ଲୀ, (ଏଜେନ୍ସି): ସମଗ୍ର ଭାରତର ବ୍ୟବହାରକାରୀଙ୍କୁ ଚଳିତ ନିର୍ବାଚନ ପ୍ରସଙ୍ଗରେ ନୂଆ ତଥ୍ୟ ପ୍ରଦାନ ପାଇଁ ଏୟାରଟେଲ୍ ଟିଭି ଆପ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ‘ଇଲେକ୍ସନ୍ ୨୦୧୯’ ବିଭାଗର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ବିଭାଗ ଉପଭୋକ୍ତାଙ୍କୁ ଲାଇଭ୍ ନ୍ୟୁଜ୍ ଟିଭି ଚ୍ୟାନେଲ୍, ସର୍ଟ ନ୍ୟୁଜ୍ ବୁଲେଟିନ୍, ଉଚ୍ଚ ମାନର ସାକ୍ଷାତକାର ତଥା ବିଶେଷଜ୍ଞଙ୍କ ସହ ତର୍କବିତର୍କ ଦେଖିବାକୁ ସୁଯୋଗ ପ୍ରଦାନ କରିବ । ଏହାଛଡ଼ା ଆଞ୍ଚଳିକତାକୁ ଲକ୍ଷ୍ୟରେ ରଖି ଏହି ପ୍ରସଙ୍ଗକୁ ତାମିଲ୍, ତେଲୁଗୁ, ଓଡ଼ିଆ, କନ୍ନଡ଼, ମାଲାୟାଲମ, ମରାଠୀ, ଇଂରାଜୀ ଓ ହିନ୍ଦୀ ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଛି । ଏୟାରଟେଲ୍ ଟିଭି ଆପ୍ ବ୍ୟବହାରକାରୀମାନେ ଏଡିଟରଜିରୁ ସ୍ୱତନ୍ତ୍ର ନିର୍ବାଚନ ନ୍ୟୁଜ୍ ବୁଲେଟିନ୍ର ସୁବିଧା ପାଇପାରିବେ । ଏହା ପ୍ରଖ୍ୟାତ ସାମ୍ବାଦିକ ବିକ୍ରମ ଚନ୍ଦ୍ରଙ୍କ ଦ୍ୱାରା ପରିଚାଳିତ “ଇଲେକ୍ସନ୍ ଏକ୍ସପ୍ରେସ୍ ୱିଥ୍ ବିକ୍ରମ’କୁ ଅନ୍ତର୍ଭୁକ୍ତ କରୁଛି