ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ପାଇଁ ୨୫% ଅଧିକ ବିମାନର ବ୍ୟବସ୍ଥା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଗ୍ରୀଷ୍ମ ଋତୁରେ ଯାତ୍ରା ଚାହିଦାରେ ଆଶାତୀତ ବୃଦ୍ଧିକୁ ପୂରଣ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନେଟୱାର୍କ ସମ୍ପ୍ରସାରଣ ଏବଂ ବିମାନ ଚଳାଚଳରେ ବୃଦ୍ଧି ଘୋଷଣା କରିଛି । ୨୦୨୪ରେ ଏହାର ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ଅନୁଯାୟୀ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୈନିକ ୩୬୦ରୁ ଅଧିକ ପ୍ରସ୍ଥାନ ପ୍ରଦାନ କରିବ ଯାହା ବିଭିନ୍ନ ବ୍ୟବସାୟ ଏବଂ ଚିତବିନୋଦନ ସ୍ଥଳକୁ ସଂଯୋଗ କରିବ । ଗତ ବର୍ଷର ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ତୁଳନାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ନେଟୱାର୍କକୁ ଯଥେଷ୍ଟ ବୃଦ୍ଧି କରୁଛି, ଘରୋଇ ବିମାନରେ ୨୫% ଏବଂ ଅନ୍ତର୍ଜାତୀୟ ବିମାନରେ ୨୦% ରୁ ଅଧିକ ବୃଦ୍ଧି ପାଇଛି । ଏହା ଦ୍ୱାରା ଅତିରିକ୍ତ ୫୫ଟି ଘରୋଇ ବିମାନ ଏବଂ ୧୯ଟି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେବ ଏବଂ ସମୁଦାୟ ୨୫୯ଟି ଘରୋଇ ଏବଂ ୧୦୯ଟି ଅନ୍ତର୍ଜାତୀୟ ଉଡ଼ାଣ ହେବ ।ଆବୁଧାବି, ଦମ୍ମାମ, ଜେଦ୍ଦା ଏବଂ ଶାରଜା ଭଳି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଏୟାରଲାଇନ୍ସ ଏହାର ଫ୍ରିକ୍ୱେନ୍ସି ବୃଦ୍ଧି କରିବ । ଅଯୋଧ୍ୟା, ବେଙ୍ଗାଲୁରୁ, ହାଇଦ୍ରାବାଦ, କନ୍ନୁର, କୋଲକାତା, କୋଚି, ମାଙ୍ଗାଲୋର, ଥିରୁବନନ୍ତପୁରମ ଏବଂ ବାରଣାସୀରୁ ଘରୋଇ ଏବଂ ଅନ୍ତର୍ଜାତୀୟ ଫ୍ରିକ୍ୱେନ୍ସି ବୃଦ୍ଧି କରି ଏୟାରଲାଇନ୍ସ ଏହାର ଉପସ୍ଥିତି ବଢ଼ାଇବ ଏବଂ ଅତିଥିମାନଙ୍କୁ ଅଧିକ ବ୍ୟାପକ ଏବଂ ଯୋଗାଯୋଗପୂର୍ଣ୍ଣ ଯାତ୍ରା ଅନୁଭୂତି ପ୍ରଦାନ କରିବ ।ଫ୍ଲାଇ ଆଜ୍ ୟୁ ଆର’ର ବ୍ରାଣ୍ଡ୍ ପ୍ରତିଶ୍ରୁତିକୁ ବଜାୟ ରଖି ଏୟାରଲାଇନ୍ସ ବିଭିନ୍ନ ପ୍ରକାର ଭଡ଼ା ପ୍ରଦାନ କରୁଛି ଯାହା ବ୍ୟକ୍ତିଗତ ଭ୍ରମଣ ପସନ୍ଦ ଏବଂ ବଜେଟ୍‌କୁ ପୂରଣ କରୁଛି । ଏୟାରଲାଇନ୍ସ ପାଖରେ ୪ଟି ଭଡ଼ା ବିକଳ୍ପ ରହିଛି । ତାହା ହେଉଛି ଏକ୍ସପ୍ରେସ ଲାଇଟ୍ (କେବିନ୍ ବ୍ୟାଗେଜ୍ କେବଳ ଭଡ଼ା), ଏକ୍ସପ୍ରେସ୍ ଭାଲ୍ୟୁ (୧୫ କିଲୋଗ୍ରାମ ଚେକ୍‌-ଇନ୍ ବ୍ୟାଗ୍ ଭଡ଼ା), ଏକ୍ସପ୍ରେସ ଫ୍ଲେକ୍ସ (ବିନା ପରିବର୍ତନ ଶୁଳ୍କରେ ଅସୀମିତ ପରିବର୍ତନ) ଏବଂ ଏକ୍ସପ୍ରେସ୍ ବିଜ୍ (ମାଗଣା ଗୌରମାଇର୍ ଭୋଜନ ଏବଂ ପ୍ରାଥମିକତା ସେବା ସହିତ ବିଜନେସ୍ କ୍ଲାସ୍ ସିଟ୍‌) ।ଆଗାମୀ ହୋଲି ଉତ୍ସବର ଏକ ଅଂଶ ଭାବରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ଇନ୍‌-ଫ୍ଲାଇଟ୍ ଡାଇନିଂ ମେନୁ “ଗୌରମାଇର”ରେ ପାରମ୍ପରିକ ଭାରତୀୟ ମିଠା “ଗୁଜିଆ”ର ପରିଚୟ ଦେଇ ଅତିଥିମାନଙ୍କୁ ଏକ ସତେଜ ଅନୁଭୂତି ପ୍ରଦାନ କରିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୨୦୨୪ ଫେବ୍ରୁଆରି ପାଇଁ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ନିକଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭାରତର ସବୁଠାରୁ ସମୟାନୁବର୍ତୀ ଏୟାରଲାଇନ୍ସ ଭାବେ ଆଧିପତ୍ୟ ବଜାୟ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ