ଏ ଇ ପି ଏସ ସେବା ଯୋଗାଇବାରେ ବ୍ରହ୍ମପୁର ଡାକ ମଣ୍ଡଳ ପୁଣି ଥରେ ନିଜ ରେକର୍ଡ ଭାଙ୍ଗିଲା ନିଜେ ବ୍ରହ୍ମପୁର ଡାକ ମଣ୍ଡଳ

ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶା ଡାକ ପରିମଣ୍ଡଳ ତରଫରୁ ଆୟୋଜିତ ମଣ୍ଡଳ ସ୍ତରୀୟ ଏ ଇ ପି ଏସ ସେବା ପ୍ରତିଯୋଗିତାରେ ବ୍ରହ୍ମପୁର ଡାକ ମଣ୍ଡଳ ର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢୀ ଙ୍କ ଆହ୍ଵାନ କ୍ରମେ ବ୍ରହ୍ମପୁର ଡାକ ମଣ୍ଡଳ ଗୋଟିଏ ଦିନରେ ଏଗାର ହଜାର ଏକ ଶହ ତିରିଶି ଲୋକଙ୍କ ନିକଟରେ ପହଞ୍ଚି ଏ ଇ ପି ଏସ ସେବା ଦ୍ଵାରା ବିଭିନ୍ନ ବ୍ୟାଙ୍କରୁ ତେୟାନବେ ଲକ୍ଷ ତେଇଶି ହଜାର ନଅ ଶହ ସତେଇଶି ଟଙ୍କା ପେମେଣ୍ଟ କରି ଓଡିଶାରେ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛି । ସୂଚନା ଯୋଗ୍ୟଜେ ଗତ ୦୬।୧୧ ।୨୦୨୦ ରେ ବ୍ରହ୍ମପୁର ଡାକ ମଣ୍ଡଳ ଯେଉଁ ରେକର୍ଡ ସଂଖ୍ୟକ ଏ ଇ ପି ଏସ ସେବା ପ୍ରଦାନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା ସେହି ରେକର୍ଡ କୁ ଶ୍ରୀ ପାଢୀଙ୍କ ନିର୍ଦେଶ ଓ ପ୍ରୋତ୍ସାହନ ରେ ନିଜେ ବ୍ରହ୍ମପୁର ଡାକ ମଣ୍ଡଳ ହିଁ ଭାଙ୍ଗି ପ୍ରଥମ ସ୍ଥାନ ହାତେଇ ପାରିଛି ।ଏହି ପ୍ରତିଯୋଗିତାରେ ନରେଶ କୁମାର ଦାସ ଭେଙ୍କଟତରେଇପୁର ଶାଖା ଡାକପାଳ, କୀର୍ତନ ନାୟକ ଶାଖା ଡାକପାଳ ମର୍ଦ୍ଦୋକୋଟ, ନିଳାଞ୍ଚଳ ମଲିକ ଶାଖା ଡାକପାଳ ଚିକରପଡା, ସସ୍ମିତା ବେହେରା ଶାଖା ଡାକପାଳ ନାରାୟଣପୁର, ସୁଜାତା ପାଣିଗ୍ରାହୀ ଶାଖା ଡାକପାଳ ହଳିଦିଆପଦର ଯଥାକ୍ରମେ ପ୍ରଥମ ରୁ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।ଏହି ସଫଳତା ପାଇଁ ଶ୍ରୀ ପାଢୀ ବ୍ରହ୍ମପୁର ଆଇ ପି ପି ବି ସିନିୟର ମେନେଜର ବିଷ୍ଣୁ ପ୍ରସାଦ ରଥ, ସହକାରୀ ଡାକ ଅଧିକ୍ଷକ ଚକ୍ରଧର ନାୟକ, ମନୋଜ କୁମାର ବେହେରା, ବିଜୟ କୁମାର ସାହୁ, କିରଣମାଳା ପଣ୍ଡା, ପୋଷ୍ଟାଲ ଇନ୍ସପେକ୍ଟର ଗଙ୍ଗା ନାରାୟଣ ମହାଲିକ, ଯୁଷ୍ମଦ କୁମାର ଜେନା, ବିଜିନେସ ଏଗଜିକ୍ୟୁଟିବ ଗୌରହରି ପଣ୍ଡା ସମେତ ବ୍ରହ୍ମପୁର ଡିଭିଜୋନର ସବୁ ଡାକପାଳ, ଡାକ ସହାୟକ, ପୋଷ୍ଟାଲ ଅଭେରସିୟର ପୋଷ୍ଟାଲ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ, ଡାକସେବକ, ଗ୍ରାମୀଣ ଡାକ ସେବକ ପ୍ରଭୃତିକୁ ଧନ୍ୟବାଦ ଜ୍ଞାପନ କରିବା ସହ ଏହି କାର୍ଯ୍ୟରେ ସହଯୋଗ କରିଥିବା ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।ବ୍ରହ୍ମପୁର ଡାକ ମଣ୍ଡଳର ବିଭିନ୍ନ ସଫଳତାକୁ ଭିନ୍ନ ଭିନ୍ନ ସମୟରେ ଲୋକଙ୍କ ନିକଟରେ ବିଭିନ୍ନ ଗଣମାଧ୍ୟମ ପହଞ୍ଚାଇଥିବାରୁ ଡାକ ବିଭାଗ ବ୍ରହ୍ମପୁର ଅଞ୍ଚଳରେ ସବୁ ଲୋକଙ୍କ ପାଖରେ ପହଞ୍ଚିବା ସହଜ ହୋଇପାରିଛି । ଏଣୁ ଶ୍ରୀ ପାଢୀ ସବୁ ଗଣ ମାଧ୍ୟମ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି ।ଆଗାମୀ ଦିନରେ ଏହି ସଫଳତାର ଧାରା ଜାରି ରଖିବା ପାଇଁ ଶ୍ରୀ ପାଢୀ ବ୍ରହ୍ମପୁର ଡାକ ମଣ୍ଡଳ ର ସବୁ ଡାକ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି । ସର୍ବୋପରି ଡାକ ବିଭାଗର ଏ ଇ ପି ଏସ ସେବା ଉପରେ ବ୍ରହ୍ମପୁର ଡିଭିଜନ ର ସେବା ଅନ୍ତର୍ଭୁକ୍ତ ଅଞ୍ଚଳର ଲୋକମାନେ ବିପୁଳ ଆସ୍ଥା ପ୍ରକଟ କରି ଥିବାରୁ ଲୋକମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଉନ୍ନତ ଡାକ ସେବା ପ୍ରଦାନ ପାଇଁ ସମ୍ମାନ ଜନକ ଡାକସେବା ପୁରସ୍କାର-୨୦୨୦ ସକାଶେ କୋଦଳା ଊପଡାକଘର ଅନ୍ତର୍ଗତ ମର୍ଦ୍ଦୋକୋଟ ଶାଖା ଡାକପାଳ କୀର୍ତ୍ତନ ନାୟକ ମୁଖ୍ୟ ମହା ଡାକପାଳ, ଓଡିଶାଙ୍କ ଦ୍ଵାରା ମୋନାନୀତ ହୋଇଥିବାରୁ ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ପାଢୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ