ଏ.ପି.ଏ.ଏ.ଆର. ଆଇଡି କାର୍ଡ ପାଇଁ ଅଭିଭାବକ ଶିକ୍ଷକ ସଙ୍ଘ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ଚିରିକିପଡା ଶାସନ ଉଚ୍ଚ ବିଦ୍ୟାଳୟର ଏସଏମସି ସଭାପତି ସନ୍ତୋଷ କୁମାର ବିଷୋୟୀ ସଭାପତିତ୍ବରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଶିକ୍ଷକ ସଂଘର ଏକ ବୈଠକ ନଭେମ୍ବର ୩୦ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବୁଲୁ ବେହେରା ଭାରତ ସରକାରଙ୍କ ଦ୍ଵାରା ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ ଏ.ପି.ଏ.ଏ.ଆର. ଆଡ଼ି କାର୍ଡ଼କୁ ଅଭିଭାବକ ବୃନ୍ଦ ସମ୍ମତି ପ୍ରକାଶ ପାଇଁ ଅନୁରୋଧ କରିଥିଲେ। ଆଲୋଚନା ପରେ ଏହାକୁ ବୈଠକରେ ସମ୍ମତି ପ୍ରକାଶ କରିଥିଲେ। ଏଥିରେ ସହକାରୀ ଶିକ୍ଷକ ରବିନ୍ଦ୍ର କୁମାର ସାହୁ, ବଳରାମ ଡାକୁଆ, ଉମାକାନ୍ତ ମାଝୀ, ଉପସଭାପତି ସୁରେନ୍ଦ୍ର ସାହୁ ମଞ୍ଚାସିନ ହୋଇଥିବା ବେଳେ ରଞ୍ଜନ କୁମାର ପ୍ରଧାନ, ବସନ୍ତ କୁମାର ସାହୁ କେ.ରୋଜାରାଣୀ ଆଚାରୀ, ପ୍ରିୟଦର୍ଶିନୀ ମହାପାତ୍ର, ମନଶ୍ମିତା ପାଣିଗ୍ରାହୀ , ଭାନୁମତୀ ଦାସ, ଆରତୀ କୁମାରୀ ପ୍ରଧାନ ସମେତ ଅନ୍ୟ କର୍ମଚାରୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ