ଏ.ବି.ଇ.ଓ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକରେ କାର୍ଯ୍ୟରତ ଥିବା ଏ.ବି.ଇ.ଓ ନେତାଜୀ ବିଷୋୟୀଙ୍କୁ ବି.ଇ.ଓ ଅଫିସ ତରଫରୁ ଚାକିରୀରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ବି.ଇ.ଓ ଏସ୍ ଧନଞ୍ଜୟ ଶ୍ରୀବିଷୋୟୀ ଏକାଧାରରେ ଜଣେ ସାହିତ୍ୟିକ,ସଂଗଠକ, ସ୍ବେଚ୍ଛାସେବୀ ତଥା ଗବେଷକ ରୂପେ ପରିଚିତ ହେବା ସହ ଜଣେ ଆଦର୍ଶ ଶିକ୍ଷକ ରୂପେ କାର୍ଯ୍ୟ ସଂପାଦନ କରି ଶେଷରେ ଏବିଇଓ ପଦବୀକୁ ପଦୋନ୍ନତି ପାଇ ଦୀର୍ଘ ସାତ ମାସ ହେବ ଭଞ୍ଜନଗର ବି.ଇ.ଓ ଅଫିସ୍ ରେ କାର୍ଯ୍ୟରତ ଥିଲେ ସେ ଗତ ମେ ମାସ ଏକତିରିଶ ତାରିଖରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ ଏହି ଅବସରରେ ବି.ଆର୍.ସି.ସି ତଥା ଅନ୍ୟତମ ଏବିଇଓ ସୂର୍ଯ୍ୟ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବି.ଇ.ଓ ଅଫିସ୍ ର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସମେତ ବ୍ଳକର ସମସ୍ତ ସି.ଆର୍.ସି.ସି ଉପସ୍ଥିତ ଥିଲେ ଏହି ଅବସରରେ ଅଫିସ୍ ର ବରିଷ୍ଠ କିରାଣୀ ( ହେଡ କ୍ଳର୍କ) ଲଡୁ କିଶୋର ବେହେରାଙ୍କୁ ମଧ୍ୟ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ହେତୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥଲା ସେହିପରି ପୂର୍ବରୁ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁଶାନ୍ତ କୁମାର ମିଶ୍ରଙ୍କ ପଦୋନ୍ନତି ହେତୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମକୁ ଚିରଞ୍ଜିବୀ ଦାଶ,ସିମାଞ୍ଚଳ ପଟ୍ଟନାୟକ, ଚିନ୍ମୟ ଦାଶ,ଅନିଲ ମୁଦୁଲି,ସନ୍ତୋଷ ସାସମଲ,ମନ୍ମଥ ବିଷୋୟୀ,ମୋହନ ସାହୁ,ଆଦିକନ୍ଦ ଗୌଡ,ଭଗବାନ ଭୁୟାଁ,ତ୍ରିନାଥ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ଦେବୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ