ଏ.ବି.ଭି.ପି. ପକ୍ଷରୁ ପ୍ରଦେଶ ଅଭ୍ୟାସ ବର୍ଗ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଚଳିତ ବର୍ଷ କେନ୍ଦ୍ରାପଡାରେ ତା’ର ପ୍ରାନ୍ତ ଅଭ୍ୟାସ ବର୍ଗ ନଭେମ୍ବରମାସ ୨୭ତାରିଖ ଠାରୁ ୨୯ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବ । ଏବର୍ଷ କରୋନା ମହାମାରୀ ପାଇଁ ଏହା ଜୋନ ସ୍ତରରେ ଅନୁଷ୍ଠିତ ହେବ । ଏହି ବର୍ଗରେ ଓଡିଶାର ୨୩ଟି ଜିଲ୍ଲାରୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଭାଇଭଉଣୀମାନେ ଯୋଗଦେବେ । ଏହି ଉପଲକ୍ଷେ ବୁଧବାର ସ୍ଥାନୀୟ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏ.ବି.ଭି.ପି.ର ରାଜ୍ୟ ସଂଗଠନ ସମ୍ପାଦକ ଅଭିଳାସ ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାନ୍ତ ଅଭ୍ୟାସ ବର୍ଗ କିପରି ସଫଳ ହେବ ସେଥି ପାଇଁ ବୈଠକରେ ସବିଶେଷ ଆଲୋଚନା କରାଯିବା ସହ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ପଣ୍ଡା ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ବୈଠକରେ ପ୍ରଦାନ ସୂଚନା ଅନୁଯାଇ ଆସନ୍ତା ୨୭ତାରିଖରେ ଅନୁଷ୍ଠିତ ପ୍ରାନ୍ତ ଅଭ୍ୟାସ ବର୍ଗରେ ଏ.ବି.ଭି.ପି.ର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଶ୍ରୀନିବାସ ଜୀ,କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ ପ୍ରମୁଖ ପୂର୍ଣ୍ଣ ସମୟ ପାଇଁ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଜିଲ୍ଲା ପ୍ରମୁଖ ବୈଲୋଚନ ଦାସ, ସହ ସଂଯୋଜକ ଭବାନୀଶଙ୍କର ଦାସ, ଜ୍ୟୋତି ଭୂଷଣ ମିଶ୍ର, ସୋନାଶିଷ ଜେନା, ଗୈାତ୍ତମ ସାହୁ, ଲକ୍ଷ୍ମୀପ୍ରୀୟା ଦାସ, ସଶ୍ମିତା ବାରିକ, ମୋହିନୀ ଲକ୍ଷ୍ମୀମୁଦ୍ରା ଶତପଥୀ, ଦିନେଶ କୁମାର ମହାରଣା, ପଙ୍କଜ ପ୍ରଧାନ, ସୁଦିପ୍ତ ପରିଡା, ପ୍ରିୟରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


