ଏ.ବି.ଭି.ପି.ର ନଗର କାର୍ଯ୍ୟକର୍ତ୍ତା ଘୋଷଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ପକ୍ଷରୁ ଆଜି ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି । ଅଧ୍ୟାପକ ପ୍ରଦୀପ୍ତ କିଶୋର ମୁଦୁଲି ନଗର ସଭାପତି ଓ ପଙ୍କଜ ପ୍ରଧାନ ନଗର ସମ୍ପାଦକ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ନଗର ସହ ସମ୍ପାଦକ ଭାବେ ଲକ୍ଷ୍ମୀମୁଦ୍ରା ଏବଂ ଶଶି ପ୍ରସାଦ ମହାରଣା ଓ ଜଗଦିଶ ନାୟକ ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ ସମ୍ପାଦିକା ସୁଶ୍ରୀ ସଙ୍ଗିତା ପଣ୍ଡା ଯୋଗଦେଇ ଏବିଭିପି ପ୍ରତିଷ୍ଠା ଦିନରୁ ହିଁ ଏକ ରାଷ୍ଟ୍ରବାଦୀ ସଂଗଠନ ଭାବେ ଅଦ୍ୟାବଧି କାର୍ଯ୍ୟକରି ଆସୁଛି ବୋଲି ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପ୍ରମୁଖ ବୈଲୋଚନ ଦାସ ଜିଲ୍ଲାରେ ଏବିଭିପିର ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗ ଛାତ୍ରୀ ପ୍ରମୁଖ ଲକ୍ଷ୍ମୀପ୍ରିୟା ଦାସ ମଂଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସହ ପ୍ରମୁଖ ଭବାନୀ ଶଙ୍କର ଦାସ ଜିଲ୍ଲାରେ ଆଗାମି ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।


