ଏ.ସି.ଇ. କମ୍ପ୍ୟୁଟର ସେଣ୍ଟର ରେ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ
କୁଚିଣ୍ଡା, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଆଜି ଏକାଡେମି ଅଫ କମ୍ପ୍ୟୁଟର ଏଜୁକେସନ ଶିକ୍ଷାନୁଷ୍ଠାନ ରେ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । କୁଚିଣ୍ଡା ନିବାସୀ ଅନୁଭବ ଅଗ୍ରୱାଲ ସମଗ୍ର ଭାରତ ରେ ଅଗ୍ରୀମ ଜେ.ଇ. ପରିକ୍ଷା ରେ ସ୍ତର-୬୪୮୩ ଆଣି ଏବେ ଆଇ.ଆଇ.ଟି. ଧନବାଦ ରେ ପାଠ ପଢୁଛନ୍ତି,ଏବଂ କୁଚିଣ୍ଡା ନିବାସୀ ରୁପାଲୀ ପଣ୍ଡା ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ଦିଲ୍ଲୀ ସ୍ଥିତ କର୍ତ୍ତବ୍ୟ ପଥ ରେ ହେବାକୁ ଥିବା ଗଣତନ୍ତ୍ର ଦିଵସ ୨୦୨୫ ପ୍ୟାରେଡ (ନୂଆ ଦିଲ୍ଲୀ )ପାଇଁ ମନୋନୀତ ହୋଇ ଥିବାରୁ ରୂପାଲୀ ପଣ୍ଡା ତଥା ଉକ୍ତ ଦୁଇ ଜଣଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଏହି ବୈଠକରେ ରେ ସ୍ଥାନୀୟ ଏକାଡେମି ଅଫ କୋମ୍ପୁଟର ଏଜୁକେସନ ର ଡାଇରେକ୍ଟର ଶ୍ରୀଯୁକ୍ତ ରାଜେଶ ଶର୍ମା ଙ୍କ ସଭାପତିତ୍ୱ କରିଥିବାବେଳେ ଏହି ସଭା ରେ ମୁଖ୍ୟ ଅତିଥି ଭାବେ କୁଟୂରାଚୁଆଁ କଲେଜ ଅଧ୍ୟକ୍ଷ ନୀଳାଚଳ ତିୱାରୀ ,ଏବଂ ଅବସରପ୍ରାପ୍ତ ମୁଖ୍ୟ ମ୍ୟାନେଜେର ଶ୍ରୀଯୁକ୍ତ କିଶୋର ପ୍ରଧାନ ଯୋଗ ଦେଇ ଯୋଗ ଦେଇ ଦୁଇ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପିକା ଝୁନି ବେହେରା ଉକ୍ତ ସଭା କୁ ପରିଚାଳନା କରିଥିବାବେଳେ । ଏ.ସି.ଇ. ର ଅଧ୍ୟାପକ ମଞ୍ଜିତ ପଳେଇ, ଅଧ୍ୟାପିକା ଭାରତୀ କୁସୁମ ଏବଂ ଏ.ସି.ଇ. ର ସମସ୍ତ ଛାତ୍ରଛାତ୍ରୀ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିଥିଲେ।


