ଐତିହାସିକ ଗବେଷକ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୦ତମ ଜନ୍ମଦିବସ ଲୋକାର୍ପିତ ହେଲା, ଶ୍ରୀ ଗୀତଗୋବିନ୍ଦର ପଞ୍ଚମ ପରିବର୍ତ୍ତିତ ସଂସ୍କରଣ

ଭୁବନେଶ୍ୱର,(ୱାଇଏନ୍ଏସ୍): ଐତିହାସିକ, ଗବେଷକ ତଥା ଜୟଦେବ ସ୍ମୃତି ସଂସ୍କୃତି ଅଭିଯାନର ମୁଖ୍ୟକାଣ୍ଡାରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୦ତମ ଜନ୍ମ ଦିବସ ସ୍ଥାନୀୟ ଜୟଦେବ କମ୍ପେ୍ଲକ୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ନାଗରିକ ମଞ୍ଚ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ଡଃ ଦାମୋଦର ରାଉତ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଦାସ ବେନହୁର, ସୂଚନା ଆୟୁକ୍ତ ସୁନିଲ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଫେସର ଅସିତ ଦାସ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ, ସ୍ତମ୍ଭକାର ସୁରେଶ ମନ୍ତ୍ରୀ ଯୋଗଦେଇ ତ୍ରିପାଠୀଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଦୀର୍ଘ ସାରସ୍ୱତ ଜୀବନ କାମନା କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ପୂଜ୍ୟପୂଜା ସଂସ୍କୃତି ଅଭିଯାନ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ । ଏହି ଅବସରରେ ଡଃ ତ୍ରିପାଠୀଙ୍କ ରଚିତ ପୁସ୍ତକ ‘ଶ୍ରୀ ଗୀତଗୋବିନ୍ଦ’ର ପଞ୍ଚମ ପରିବର୍ଦ୍ଧିତ ସଂସ୍କରଣ ଲୋକାର୍ପିତ କରିଥିଲେ । ଏଥି ସହିତ ‘ଛପା ଇତିହାସର ଅଛପା ଘଟଣା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଭାପତିତ୍ୱ ଓ ସଂଯୋଜନା କରି ବରିଷ୍ଠ ସାମ୍ବାଦିକ, ଓଡ଼ିଶା ନାଗରିକ ମଞ୍ଚର ÷ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ଓଡ଼ିଶା ଇତିହାସ ସମ୍ପର୍କରେ ବହୁତ ଅନାଲୋଚିତ ତଥ୍ୟ ଅଛି ଓ ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି । ସେଗୁଡ଼ିକୁ ତଥ୍ୟ ଓ ପ୍ରମାଣ ସହିତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ । ମୁଖ୍ୟ ଅତିଥି ଡଃ ରାଉତ ଡଃ ତ୍ରିପାଠୀଙ୍କ ଗବେଷଣା ଓ ତଥ୍ୟ ପ୍ରମାଣକୁ ପ୍ରଶଂସା କରିବା ସହିତ ଓଡ଼ିଶା ସମ୍ପର୍କରେ ଆହୁରି ଗବେଷଣା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପରିବେଶ ଓ ଜୟଦେବ ସୁରକ୍ଷା ଅଭିଯାନରେ ସାମିଲ୍ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ ଓ ପୂଜ୍ୟପୂଜାକୁ ବିଶ୍ୱ ଦରବାରେ ପହଞ୍ଚାଇବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ ଓ ପରିଚାଳନା କରିଥିଲେ ପଦ୍ମନାଭ ତ୍ରିପାଠୀ, ମଦନ ମୋହନ ପାଢୀ, କବିତା ପରିଡ଼ା ପ୍ରମୁଖ । ଧନ୍ୟବାଦ ଅର୍ପଣ କରିଥିଲେ ପୂଜ୍ୟପୂଜା ସଂସ୍କୃତି ଅଭିଯାନର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ