ଐତିହାସିକ ଗାନ୍ଧୀ ପଦଯାତ୍ରା ସ୍ମାରକୀ ଉଦଘାଟନ ସମାରୋହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଅଗଷ୍ଟ କ୍ରାନ୍ତୀ ଦିବସ ଅବସରରେ ଐତିହାସିକ ଗାନ୍ଧୀ ପଦଯାତ୍ରା ସ୍ମାରକୀ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ୧୯୩୪ମସିହା ମଇମାସ ୨୭ତାରିଖରେ ବିଶ୍ୱମାନବ ମହାତ୍ମାଗାନ୍ଧୀ ତାଙ୍କ ପଦଯାତ୍ରା ସମୟରେ ଏକ ବିରାଟ ଜନ ସମାବେଶରେ ଦେଶର ସ୍ୱାଧୀନତା ପାଇଁ ଆହ୍ୱାନ ଦେଇଥିଲେ । ଏହି ପବିତ୍ର ଦିବସକୁ ସ୍ମରଣ ରଖିବା ଉଦେଶ୍ୟରେ ତିନିମୁହାଣି ଛକରେ ସ୍ଥାପନ କରାଯାଇଥିବା ମହାତ୍ମାଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସମୟର ମୂର୍ତ୍ତି ଗୁଡିକୁ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିବା ସହିତ ସେହି ଗାରିମାମୟ ମୂର୍ତ୍ତି ଗୁଡିକୁ କେନ୍ଦ୍ରାପଡାର ପ୍ରିୟ ବିଧାୟକ ଶଶି ଭୂଷଣ ବେହେରାଙ୍କ ବଳିଷ୍ଠ ନେତୃତ୍ୱରେ ସ୍ଥାପିତ ହୋଇଥିବାରୁ ମୁଖ୍ୟ ଅତିଥି ତାଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ସହିତ ତାଙ୍କର ବଳିଦାନ ପାଇଁ ଆଜିର ଯୁବପିଢୀ ଉଦବୁଦ୍ଧ ହୋଇ ଦେଶ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଏହି ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କେନ୍ଦ୍ରାପଡାର ଭାଇଚାରାକୁ ବଜାୟ ରଖିବା ସହିତ ଜାତିରପିତା ମହାତ୍ମାଗାନ୍ଧୀଙ୍କ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଦେଶର ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତିର ସଭାପତି ନିଳମଣୀ ସାମଲ, ଜିଲ୍ଲା ସଭାପତି ବିମ୍ବାଧର ମୁଦୁଲି, ଫକିର ଚରଣ ଦାସ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଚିନ୍ମୟ ପ୍ରସାଦ ବେହୁରା, ପୈାରାଧ୍ୟକ୍ଷ ସରିତା ସାହୁ, ପୈାରଉପାଧ୍ୟକ୍ଷା ଆକବରୀ ଖାତୁନ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ମଧୁଛନ୍ଦା ମହାନ୍ତି, ଲିଲିତା ଦାସ, ନିର୍ମଳା ମହାନ୍ତି, ପ୍ରିୟଦର୍ଶିନୀ ତରାଇ, ଦୁର୍ଗାଶିଷ ମହାନ୍ତି, ଦେବଦାସ ମହାନ୍ତି, ସଞ୍ଜୟ ଜେନା, ରବୀନ୍ଦ୍ର ପଣ୍ଡା, ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି, ପୂର୍ବତନ ସିଇଓ ସୁଶିଲ ସାମଲ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡଃ. ବାସୁଦେବ ଦାସ, ଗୟାଧର ଧଳ, ରୋସ୍ନା ସାହୁ, କାଉନସିଲର ପ୍ରଭାଶିଷ ପଣ୍ଡା, ଅସିମା ନାୟକ, ହିରଣ୍ୟ ପଣ୍ଡା, ଦେବାଶିଷ କୁବେର,ନରୋତ୍ତମ ମଲ୍ଲିକ, ସୟଦ ଅକମଲ ଅଲ୍ଲୀ, ସେକ ଚନ୍ଦନ, ସେକ ସାବିର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଗାନ୍ଧୀ ପଦଯାତ୍ରା କମିଟିର ଆବାହକ ରାଜେଶ ପଣ୍ଡା ଉତ୍ସବର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ କମିଟିର ସଭାପତି ଶିକ୍ଷାବିତ ଭଜକୃଷ୍ଣ ରାଉତ ଗାନ୍ଧିଜୀଙ୍କ ଏହି ସ୍ମାରକୀକୁ ସବୁଦିନ ପାଇଁ ଉଦଯିବିତ କରିରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିବା ସହ ଉପସ୍ଥିତ ଗାନ୍ଧୀ ପ୍ରେମୀମାନଙ୍କୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ