ଐତିହାସିକ ପର୍ଯ୍ୟଟନ କେନ୍ଦ୍ର ବୃନ୍ଦାବନ ପ୍ୟାଲେସ ଯିବା ରାସ୍ତାର ଦୁରାବସ୍ଥା ସୁଧିରିବ କେବେ ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସକୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ବ୍ରିଜ ପଟେ ଥିବା ରାସ୍ତାର ଅବସ୍ଥା ସୁଧୁରିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ ଯେ, ବୃନ୍ଦାବନ ପ୍ୟାଲେସକୁ ଯିବା ପାଇଁ ଦୁଇଗୋଟି ରାସ୍ତା ରହିଛି । ଗୋଟିଏ ହେଲା ଆଞ୍ଚଳିକ ପରିବହନ ଛକଠାରୁ ଏବଂ ଦ୍ୱିତୀୟଟି ପୁରୁଣାପାଟଣା ରାସ୍ତା ତଥା ମହେନ୍ଦ୍ରତନୟା ନଦୀ ବ୍ରିଜ ଠାରୁ ଅନ୍ୟଗୋଟିଏ ରାସ୍ତା । ମହେନ୍ଦ୍ରତନୟା ବ୍ରିଜ୍ ପଟରୁ ଥିବା ରାସ୍ତା ଏହି ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରହିଛି । ଏହାସହ ଏହି ରାସ୍ତାରେ ସ୍ମଶାନଘାଟର ମୁଖ୍ୟ ଗାଧୁଆତୁଠ ମଧ୍ୟ ରହିଛି । ହେଲେ ରାସ୍ତାର ଅବସ୍ଥା ଅତି ଦୟନୀୟ ପରିସ୍ଥିତିରେ ରହିଥିବାରୁ ଯାତାୟତରେ ନାନାଦି ସମସ୍ୟା ଉପୁଜୁଛି । ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି । ପ୍ରାୟ ୨ଦଶନ୍ଧି ଧରି ଏହାର କୌଣସି ମରାମତି କିମ୍ବା ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମାରେ ପରିପୂର୍ଣ୍ଣ ହୋଇପଡିରହିଛି । ଏହି ନଦୀ ବ୍ରିଜ ତଥା ପମ୍ପହାଉସ ଠାରୁ ସ୍ମଶାନଘାଟର ଗାଧୁଆତୁଠ ପର୍ଯ୍ୟନ୍ତ ବଦାନ୍ୟ ବ୍ୟକ୍ତିମାନେ ନିଜ ନିଜ ଉଦ୍ୟମରେ ମାଟି ଗୋଡି ପକାଇ ସମତୁଳ କରିଥାନ୍ତି । ହେଲେ ସେଠାରୁ ବିଏନ୍‌ପ୍ୟାଲେସ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି । ଅନ୍ୟପକ୍ଷରେ ମାଟିଗୋଡି ପକାଇ ସମତୁଳ କରାଯାଉଥିବା ସ୍ଥାନରେ ପାଣି ଜମିରହି କର୍ଦମାକ୍ତ ହୋଇପଡିଛି । ଏପରିକି ପାଦଚଲାରେ ଯିବା ଆସିବା କରିବାକୁ ଲୋକେ ଭୟ କରୁଛନ୍ତି । ଏପରି ଏକ ପର୍ଯ୍ୟଟନସ୍ଥଳୀ ରାସ୍ତାର ଅବସ୍ଥା ସୁଧିରିବ କେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ