ଐତିହାସିକ ପୀଠ ସଭାମଣ୍ଡପ ଠାରେ ସଫେଇ କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସର ରେ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଐତିହାସିକ ଓ ପୌରାଣିକ ପୀଠ ସଭାମଣ୍ଡପ ଠାରେ ଏକ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା। ଚାରିଛକ ସାହିତ୍ୟ ସଂସଦ ଓ ଦିବାକର ସ୍ମୃତି ସଂସଦ, ଭାଣପୁର ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ସଂସଦ ସଭାପତି ଗୋପିନାଥ କର, ସମ୍ପାଦକ ସନ୍ତୋଷ ମିତ୍ର, ସି ପି ଆଇ ନେତା କୃଷ୍ଣରାଉତ,ତୁଳସୀପୁର ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ, ଚାରିଛକ ସାମ୍ୱାଦିକ ସଂଘ ସଭାପତି ପ୍ରଫୁଲ୍ଲ କର, ଉକୁଳେଇ କଲେଜ ଅଧ୍ୟକ୍ଷ ନିରୋଦ କୁମାର ତ୍ରିପାଠୀ ,ପ୍ରଫୁଲ୍ଲ ସାହୁ,କୈଳାସ ତ୍ରିପାଠୀ,ନିରଞ୍ଜନ କର, ସୁବାସ ସାହୁ, ପଣ୍ତିତ ମୁରଲୀଧର ଭାରତୀ ପ୍ରମୁଖ ଏକତ୍ରିତ ହୋଇ ସଭାମଣ୍ଡପ ଓ ଏହାର ଆଖପାଖ ଅଞ୍ଚଳର ସଫେଇ କରିଥିଲେ। ଏଥିସହିତ ସେହି ସ୍ଥାନ ରେ ଶତାଧିକ ବୃକ୍ଷ ଚାରା ରୋପଣ କରାଯାଇଥିଲା।