ଐତିହାସିକ ଫକୀର ହରିଚନ୍ଦନଙ୍କ ଜନ୍ମ ଶତବାର୍ଷିକୀ ସମାପନ ଉତ୍ସବ ପାଳିତ

କଣାସ,(ପାହାନ୍ତା ସିଂହ ଅଜଂଳୀ ସାହୁ):କଣାସ ବ୍ଲକ ଅନ୍ତର୍ଗତ ନାନକେରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଐତିହାସିକ , ସାହିତ୍ୟିକ, ସମାଜସେବୀ, ଜନନେତା, ଶିକ୍ଷକ ସ୍ବର୍ଗତ ଫକୀର ହରିଚନ୍ଦନଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ଫକୀର ହରିଚନ୍ଦନ ଫାଉଣ୍ଡେସନ , ଦୟା ସାହିତ୍ୟ ସଂସଦ ଓ ପୁରାତନ ଛାତ୍ର ସଂସଦ ର ମିଳିତ ସହଯୋଗରେ ଅନୁଷ୍ଠିତ ଉତ୍ସବ ରେ ଅତିଥି ମାନେ ସ୍ୱର୍ଗତ ଫକୀର ହରିଚନ୍ଦନଙ୍କ ବହୁମୁଖି ପ୍ରତିଭା ସଂମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା। ଡାକ୍ତର ସୁଦର୍ଶନ ବଳିୟାର ସିଂହ ଙ୍କୁ ସେଵା ସମ୍ମାନ ଓ ବଂଶୀଧର ଜଗଦେବ ଙ୍କୁ ଶିକ୍ଷା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ପୂର୍ବତନ ସତ୍ୟବାଦୀ ବିଧାୟକ ତଥା ଗୃହମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ସମାଜସେବୀ ପ୍ରଦୀପ ହରିଚନ୍ଦନ , ଡଃ ହେମନ୍ତ ଛୋଟରାୟ,ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ସୁନ୍ଦରାୟ, ଶିକ୍ଷକ ନେତା ସୁଶାନ୍ତ ନରେନ୍ଦ୍ର, ସାହିତ୍ୟିକ କୃପାସିନ୍ଧୁ ବିଶ୍ଵାଳ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସରୋଜିନୀ ଜେନା ଓ ଅଜୟ ବଳିୟାର ସିଂହଙ୍କ ସଂଯୋଜନା ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସୁଶାନ୍ତ କୁମାର ନରେନ୍ଦ୍ର ସଭା ପରିଚାଳନା କରିଥିବା ବେଳେ ଡଃ ହେମନ୍ତ କୁମାର ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ରଶ୍ମିରେଣୁ ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ