ଐତିହାସିକ ବର୍ହାଟିପୁରା ମକର ମେଳା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବର୍ହାଟିପୁରା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଙ୍କ ପ୍ରସିଦ୍ଧ ମକର ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାଶଙ୍କର ଦଳାଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ବୈଠକରେ ଘଟଗାଁ ବ୍ଲକ୍ ବି ଡି ଓ ଭାଗବତ ପ୍ରସାଦ ମହାପାତ୍ର ସ୍ବାଗତ ଭାଷଣ ଦେଇ ଥିବା ବେଳେ ବରିଷ୍ଠ ସହାୟକ ଜନ୍ମେଞ୍ଜୟ ଶତପଥୀ ପୂର୍ବ ମକର ମେଳା ର ଅଧିବେଶନ ପାଠ କରିବା ସହ ଆୟ ବ୍ୟୟ ଅଟକଳ ଉପସ୍ଥାପନ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ଘଟଗାଁ ତହସିଲଦାର ଭବାନୀ ପ୍ରଧାନ, ଏସଡିପିଓ ପ୍ରଭାତ ତ୍ରିପାଠୀ, ଘଟଗାଁ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ସୁରେନ୍ଦ୍ର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୨୦୨୫ ମସିହା ଜାନୁଆରୀ ମାସ ୧୪ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା ମକର ମେଳା କୁ ଅଧିକ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବାକୁ ସ୍ଥାନୀୟ ବୁଦ୍ଧିଜୀବି, ଓ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଥଲେ। ବର୍ହାଟିପୁରା ସରପଞ୍ଚ ଗୋବର୍ଦ୍ଧନ ନାଏକ, ବlଲି ପୋଖରି ସରପଞ୍ଚ ଦ୍ରୌପଦୀ ନାୟକ, ସlନ୍ତରପୁର ସରପଞ୍ଚ ବବିତା ନାୟକ, ପଇ ଦl ପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ମେଳା ପରିଚାଳନା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ସମ୍ମତି ପ୍ରଦାନ କରିଥଲେ। ଚଳିତ ବର୍ଷ ମେଳାରେ ବେଆଇନ ମଦ କାରବାର, ଖାଦ୍ୟ ଅପମିଶ୍ରଣ ଓ ପାର୍କିଂ ଅବ୍ୟବସ୍ଥା କୁ ରୋକିବା ପାଇଁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦଳାଇ ଗୁରୁତ୍ବ ଆରୋପ କରିଛନ୍ତି। ଘଟଗାଁ ବିଦ୍ୟୁତ୍ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଅବକାରୀ ବିଭାଗ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ପାନୀୟ ଜଳ ଯୋଗାଣ ଓ ସାଧାରଣ ଖାଉଟି ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମନ୍ଦିର କୋଠ ତହସିଲଦାର ଙ୍କ ପ୍ରତିନିଧି ସରୋଜ ପଣ୍ଡା, ବର୍ହାଟିପୁରା ପି ଇ ଓ ନବଘନ ମାଝୀ, ବରିଷ୍ଠ କର୍ମଚାରୀ ପଞ୍ଚାନନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୋକାନୀ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଜାଗା ଆବଣ୍ଟନ ଓ କର ଆଦାୟ ସହ ମେଳା ପରିଚାଳନା ଦାୟିତ୍ଵ ଘଟଗାଁ ବ୍ଲକ୍ ତତ୍ତ୍ଵାବଧାନରେ କେନ୍ଦୁଝର ଦେବୋତ୍ତର ତରଫରୁ ବର୍ହାଟିପୁରା ଗ୍ରାମ ପଂଚାୟତ କୁ ପ୍ରଦାନ କରାଯାଇଛି। ପରିଶେଷରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


