ଐଶାନେଶ୍ୱର ଶମ୍ଭୁ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ବାହାରଣା ଗ୍ରାମ ର ଐଶାନେଶ୍ୱର ମହାଦେବ ଙ୍କ ପୀଠ ଠାରେ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି।ଯଜ୍ଞ ପାଇଁ ଆଜି ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି କଳସ ଯାତ୍ରାରେ କର୍ତ୍ତା ଭାବେ ପ୍ରଦୀପ କୁମାର ପଣ୍ଡା ଓ କର୍ତ୍ତି ଭାବେ ବବିତା ପଣ୍ଡାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ୧୦୮ କଳସ ଯାତ୍ରା କରିଥିଲେ ।ଏହି କଳସ ପାଣି ପାଇଁ ଗ୍ରାମର ପୋଖରୀ ରୁ ସ୍ୱତନ୍ତ୍ର ନୀତି ନିୟମ ଅନୁଯାୟୀ ଘଣ୍ଟ ,ମୃଦଙ୍ଗ ଓ ହୁଳହୁଳି ହରିବୋଲ ରେ କଳସ ଯାତ୍ରା ଆରମ୍ଭ ହୋଇଥିଲା ।ଏଥିରେ ପୁରୋହିତ ଭାବେ ପ୍ରମେଶ କୁମାର ମିଶ୍ର ଯୋଗ ଦେଇ କଳସ ଯାତ୍ରା କାର୍ୟ୍ଯ କରିଥିଲେ ।ବାହାରଣା ଗ୍ରାମରେ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଶ୍ଵଶାନ୍ତି ମହାଯଜ୍ଞ କରାଯାଇଥିବାରୁ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।