ଓଁ ଶାନ୍ତି ଆଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷ ପୁର ପଞ୍ଚାୟତ ର କାର୍ତ୍ତିକଡି ଗ୍ରାମରେ ସ୍ଥିତ ଓଁ ଶାନ୍ତି ଆଶ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରହ୍ମପୁର ଆୟକର ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀ ଓ ଓଁ ଶାନ୍ତି ଆଶ୍ରମ ର ମିଳିତ ସହଯୋଗରେ ୧୧୦ ଟି ପିଜୁଳି,ଆମ୍ବ,ପଣସ,ଆଦି ବିଭିନ୍ନ କିସମର ଫଳନ୍ତି ବୃକ୍ଷ ରୋପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ ଡି.ନିରଞ୍ଜନ ରେଡି ଓ ଉପଦେଷ୍ଟା ନରହରି ରେଡି ଙ୍କ ସହଯୋଗରେ ବ୍ରହ୍ମପୁର ଆୟକ୍ରର ଅଧିକାରୀ କଳ୍ପତରୁ ମିଶ୍ର, ଆୟକ୍ରର ଆୟୁକ୍ତ ଅଧିକାରୀ ଅଜୟ କୁମାର ବିଶ୍ବାଳ,ମୁସେସ ପ୍ରଧାନ,ଯୁଗ୍ମ ଆୟକର ଆୟୁକ୍ତ ତ୍ରିନାଥ କାର୍ଜି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।ସ୍ୱାମୀ ବିବେକାନନ୍ଦ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ବଟକୃଷ୍ଣ ତ୍ରିପାଠୀ ,ଓଁ ଶାନ୍ତି ଆଶ୍ରମ ଆଦ୍ୟକ୍ତା ବି କେ ପୁରୁଷୋତ୍ତମ ଙ୍କ ସହ ଭଗବାନ,ରାମଚନ୍ଦ୍ର,ସାଗର,ଶ୍ରୀରାମୁଲୁ,ଧରମା,ଦିଲୁ,କ୍ରିଷ୍ଣା,ନାରାୟଣଯୋଗି ନରସିଂହ ପ୍ରମୁଖ, ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ