ଓଁ ଶାନ୍ତି ମନ୍ଦିରରେ ନୂତନ ବର୍ଷ ଉପଲକ୍ଷେ ବନ୍ଧୁ ମିଳନ

ପୋଲସରା,( ଅନିଲ କୁମାର ମହାରଣା): ଗଞ୍ଜମ ଜିଲ୍ଲା ପୋଲସରା ସହରରେ ପ୍ରତିଷ୍ଠିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ବର୍ଷ ୨୦୨୧ ଉପଲକ୍ଷେ ପ୍ରଥମ ଦିବସରେ ଓଁ ଶାନ୍ତି ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ସମସ୍ତ ଭାଇ ଭଉଣୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣେଇବା ସହ ନୂତନ ବର୍ଷ ସମସ୍ତଙ୍କ ଆତ୍ମାରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ହୋଇ ଶାନ୍ତିରେ ଜୀବନ କଟାଇବାକୁ କାମନା କରିଥିଲେ। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପୋଲସରା ସହର ମୁଖ ରିତା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବଳରାମ ଭାଇ ସଂଯୋଜନା କରିଥିବା ବେଳେ ବହୁ ଭାଇ ଭଉଣୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ